ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସରେ ସଂପୂର୍ଣ୍ଣ ବିଶ୍ୱ ପ୍ରଭାବିତ ହୋଇଛି । ଏହି ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସାନିଆ କହିଛନ୍ତି ଏହା 'ବର୍ତ୍ତମାନ ସମୟର ସବୁଠୁ ବଡ ଆବଶ୍ୟକତା' ।
![Sania Mirza urges people](https://etvbharatimages.akamaized.net/etvbharat/prod-images/6515074_eww.jpg)
ଭିଡକୁ ଏଡାଇପାରିଲେ ଭାଇରସକୁ ବ୍ୟାପିବାରୁ ରୋକିବା ସମ୍ଭବ ହୋଇପାରେ । ସେଥିପାଇଁ ସମସ୍ତେ ଘରେ ରହିବା ଜରୁରୀ ହୋଇପଡିଛି । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 415ରେ ପହଞ୍ଚିଲାଣି ।
ICMRର ରିପୋର୍ଟ ଅନୁଯାୟୀ ଏଯାବତ 18,383 ନମୁନା ମଧ୍ୟରୁ 17,493 ଜଣଙ୍କର SARS-CoV2 ପରୀକ୍ଷା କରାଯାଇଛି ।