ପ୍ୟାରିସ୍: ଚଳିତ ଫ୍ରେଞ୍ଚ ଓପନ ମହିଳା ଯୁଗଳ ବର୍ଗର ଟାଇଟେଲ ହାତେଇଛନ୍ତି ଦୁଇ ରିପ୍ଲବିକ ଯୋଡି ବାର୍ବୋରା କ୍ରିଜସିକୋଭା ଓ କାଟେରିନା ସିନିଆକୋଭା । ଏହା ବାର୍ବୋରା ଓ କାଟେରିନା ଯୋଡିଙ୍କ ଦ୍ବିତୀୟ ଫ୍ରେଞ୍ଚ ଓପନ ମହିଳା ଯୁଗଳ ଟାଇଟେଲ୍ । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆମେରିକାର ବେଥାନି ମାଟେକ ଓ ପୋଲାଣ୍ଡର ଇଗା ସ୍ବିଆତେକଙ୍କୁ 6-4, 6-2 ସେଟ୍ରେ ହରାଇଛନ୍ତି ରିପ୍ଲବିକ ଯୋଡି ।
ଫାଇନାଲ ମ୍ୟାଚ୍ ଗୋଟିଏ ଘଣ୍ଟା 14 ମିନିଟ ଧରି ଖେଳାଯାଇଥିଲା । ବାର୍ବୋରା ଓ କାଟେରିନା ଯୋଡି କ୍ୟାରିୟରରେ ତୃତୀୟ ଗ୍ରାଣ୍ଡ ସ୍ଲାମ ମହିଳା ଯୁଗଳ ଟାଇଟେଲ ବିଜେତା ହୋଇଛନ୍ତି । 2018 ରେ ପ୍ରଥମ ଯୁଗଳ ଟାଇଟେଲ ଜିତିଥିଲେ ଓ ପର ମାସରେ ୱିମ୍ବଲଡନ ଟାଇଟେଲ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ