ETV Bharat / sports

ଅଲ ଇଂଲଣ୍ଡ ଚାମ୍ପିଅନସିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ଆଉଟ, ଆଗକୁ ବଢିଲେ ସାଇ ପ୍ରଣୀଥ

ପ୍ରଥମ ରାଉଣ୍ଡରେ ସମ୍ମାନ ଜନକ ଅଲ ଇଂଲଣ୍ଡ ଚାମ୍ପିଅନସିପରୁ ହେଲେ ବିଦା । ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି ବି ସାଇ ପ୍ରଣୀଥ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 6, 2019, 11:52 PM IST

ବର୍ମିଂହାମ: ଆରମ୍ଭରୁ ଝୁଣ୍ଟିଲେ ସିନ୍ଧୁ । ପ୍ରଥମ ରାଉଣ୍ଡରେ ସମ୍ମାନ ଜନକ ଅଲ ଇଂଲଣ୍ଡ ଚାମ୍ପିଅନସିପରୁ ହେଲେ ବିଦା । ଏଠାରେ ଆରମ୍ଭ ହୋଇଥିବା ଅଲ ଇଂଲଣ୍ଡ ଚାମ୍ପିଅନସିପର ପ୍ରଥମ ମ୍ୟାଚରେ ପ୍ରତିଦ୍ବନ୍ଦ୍ବୀ ସୁଙ୍ଗ୍‌ ଜି ହ୍ୟୁନଙ୍କଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି ବି ସାଇ ପ୍ରଣୀଥ।

ତେବେ ପ୍ରଥମ ରାଉଣ୍ଡ ନକଆଉଟ ହୋଇଥିବାରୁ ମ୍ୟାଚ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ । ଅନ୍ୟପଟେ ପ୍ରଣୀଥ୍‌ ନିଜ ପ୍ରଥମ ମ୍ୟାଚରେ ନିଜ ସ୍ବଦେଶୀ ଏଚ୍‌ଏସ୍‌ ପ୍ରଣୟଙ୍କୁ ପରାସ୍ତ କରି ପ୍ରତିଯୋଗିତାର ଟପ 16 ରେ ସ୍ଥାନ ପାଇଛନ୍ତି ।

ଲଗାତାର 3ୟ ଥର ପାଇଁ ସୁଙ୍ଗ୍‌ ଜି ହ୍ୟୁନଙ୍କଠାରୁ ସିନ୍ଧୁ ପରାସ୍ତ ହୋଇଛନ୍ତି । ଆଜି ମ୍ୟାଚରେ ଆଟାକିଂ ଖେଳ ପ୍ରଦର୍ଶନ କରୁଥିବା ହ୍ୟୁନଙ୍କଠାରୁ ସିନ୍ଧୁ 16-21, 22-20, 18-21 ସେଟରେ ପରାସ୍ତ ହୋଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ସ୍ବଦେଶୀ ଏଚ୍‌ଏସ୍‌ ପ୍ରଣୟଙ୍କୁ ୨୧-୧୯, ୨୧-୧୯ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି ପ୍ରଣୀଥ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.