ETV Bharat / sports

ଡିମିଟ୍ରୋଭ କୋରୋନା ପଜିଟିଭ ପରେ, ଆଦ୍ରିଆ ଟୁର ଫାଇନାଲ ବାତିଲ - ଆଦ୍ରିଆ ଟୁର ଟେନିସ ଟୁର୍ଣ୍ଣାମେଣ୍ଟ

ଆଦ୍ରିଆ ଟୁରଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜକ ନୋବାକ ଜୋକଭିକ ଫାଉଣ୍ଡେସନ ରହିଥିଲା । ବିଶ୍ବ ଟେନିସ ମାନ୍ୟତାର ନଂ1 ଖେଳାଳି ଜୋକଭିକ, ଅଷ୍ଟ୍ରିଆର ଡୋମିନକ ଥିମ, ବୁଲଗେରିଆ ଷ୍ଟାର ଗ୍ରିଗର ଡିମିଟ୍ରୋଭ ଓ କ୍ରୋଏସିଆ ଯୋଡି ବୋନା କୋରିକ ଓ ମାରିନ କିଲିକ ଏହି ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

Adria Tour final cancelled after Grigor Dimitrov tests positive for coronavirus
ଡିମିଟ୍ରୋଭ କୋରୋନା ପଜିଟିଭ ପରେ, ଆଦ୍ରିଆ ଟୁର ଫାଇନାଲ ବାତିଲ
author img

By

Published : Jun 22, 2020, 12:23 PM IST

ଜଦର: ବାତିଲ ହେଲା ଆଦ୍ରିଆ ଟୁର ଟେନିସ ଟୁର୍ଣ୍ଣାମେଣ୍ଟର ଫାଇନାଲ । ଗ୍ରିଗର ଡିମିଟ୍ରୋଭ ଆଦ୍ରିଆ ଟୁର ଖେଳି ଫେରିବା ପରେ କୋରୋନା ପଜିଟିଭ ହୋଇଛନ୍ତି । ଫଳରେ ଆୟୋଜକଙ୍କ ପକ୍ଷରୁ ଏହି ଟେନିସ ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରାଯାଇଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଛି । ତେବେ ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ କ୍ରୋଏେସିଆରେ ଏକ ପ୍ରଦର୍ଶନୀ ଟେନିସ ଟୁର୍ଣ୍ଣାମେଣ୍ଟ, ଆଦ୍ରିଆ ଟୁର ନାମରେ ଆୟୋଜନ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିଲେ ବୁଲଗେରିଆର 29 ବର୍ଷୀୟ ଡିମିଟ୍ରୋଭ । ଅସୁସ୍ଥ ଅନୁଭବ କରିବାକୁ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲ । ପରେ ତାଙ୍କର କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ନିଜ ଇନଷ୍ଟାଗ୍ରାମ ପେଜରେ ସାଥୀ ଖେଳାଳି, ପ୍ରଶଂସକ ଉଦ୍ଦେଶ୍ୟରେ ସୂଚନା ଦେଇଛନ୍ତି ଡିମିଟ୍ରୋଭ । ଏଥିସହିତ ଆଦ୍ରିଆ ଟୁର ସମୟରେ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ-19 ପରୀକ୍ଷା କରାଇନେବାକୁ ସେ ଅପିଲ କରିଛନ୍ତି । ଅନ୍ୟମାନଙ୍କ ପ୍ରତି ସେ ବିପଦ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ।

ATP ଟୁର ଟେନିସ ଜୁଲାଇ 31 ପର୍ଯ୍ୟନ୍ତ ବାତିଲ ଘୋଷଣା ହୋଇଛି । ମାତ୍ର ଜୋକଭିକଙ୍କ ସହ ଅନ୍ୟ ଖେଳାଳି ପ୍ରଦର୍ଶନୀ ମ୍ୟାଚରେ ଭାଗ ନେବାପାଇଁ ରାଜି ହୋଇଥିଲେ । ଜୁନ13-14 ରେ ସର୍ବିୟାର ବେଲଗ୍ରେଡରରେ ପ୍ରଥମ ଓ ଜୁନ 20-21ରେ କ୍ରୋଏସିଆର ଜଦରରେ 2ୟ ରାଉଣ୍ଡ ଖେଳାଯାଇଛି । ଏଥିସହିତ ଫାଇନାଲରେ ଜୋକବିକ ପ୍ରବେଶ କରିଥିଲେ ।

ଆଦ୍ରିଆ ଟୁରର ଆୟୋଜକ ନୋବାକ ଜୋକଭିକ ଫାଉଣ୍ଡେସନ ରହିଥିଲା । ବିଶ୍ବ ଟେନିସ ମାନ୍ୟତାର ନଂ1 ଖେଳାଳି ଜୋକଭିକ, ଅଷ୍ଟ୍ରିଆର ଡୋମିନକ ଥିମ, ବୁଲଗେରିଆ ଷ୍ଟାର ଗ୍ରିଗର ଡିମିଟ୍ରୋଭ ଓ କ୍ରୋଏସିଆ ଯୋଡି ବୋନା କୋରିକ ଓ ମାରିନ କିଲିକ ଏହି ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.