ETV Bharat / sports

T20 world Cup: ଟିମ ଇଣ୍ଡିଆ ସାମ୍ନାରେ ଟାର୍ଗେଟ ୧୩୩

ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଛି ନାମ୍ବିଆ । ଫଳରେ ଭାରତ ସାମ୍ନାରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 world Cup: Namibia set a target of 133 runs against india
T20 world Cup: ଟିମ ଇଣ୍ଡିଆ ସାମ୍ନାରେ ଟାର୍ଗେଟ ୧୩୩
author img

By

Published : Nov 8, 2021, 9:03 PM IST

Updated : Nov 8, 2021, 9:19 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଶେଷ ସୁପର ୧୨ ମ୍ୟାଚ୍‌ ନାମ୍ବିଆ ବିପକ୍ଷରେ ଖେଳୁଛି ଟିମ ଇଣ୍ଡିଆ । ଟସ୍‌ ଜିତି କ୍ୟାପଟେନ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଛି ନାମ୍ବିଆ । ଫଳରେ ଭାରତ ସାମ୍ନାରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଦୁଇ ଅଭିଜ୍ଞ ଭାରତୀୟ ସ୍ପିନର ରବିନ୍ଦ୍ର ଜାଜେଡା ଓ ରବିଚନ୍ଦ୍ରନ ଅଶ୍ବିନ ସ୍ପିନ୍‌ ଜାଲରେ ନାମ୍ବିଆ ବ୍ୟାଟ୍‌ରଙ୍କୁ ଫସାଇଥିଲେ । ଅଶ୍ବିନ ୪ ଓଭରରେ ୨୦ ରନ୍‌ ବ୍ୟୟରେ ୩ଟି ୱିକେଟ ଓ ରବିନ୍ଦ୍ର ଜାଡେଜା ୧୬ ରନ୍‌ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଦ୍ରୁତ ବୋଲର ଜଶପ୍ରୀତ ବୁମରା ୨ଟି ୱିକେଟ ହାତେଇଛନ୍ତି ।

ନାମ୍ବିଆ ପକ୍ଷରୁ ଡେଭିଡ ୱାଇଜ୍‌ ସର୍ବାଧିକ ୨୬ ରନ୍‌ର ଇଂନିସ ଖେଳିଛନ୍ତି । ଷ୍ଟିଫେନ ବାର୍ଡ୨୧ ଓ ମାଇକେଲ ଭନ ଲିଙ୍ଗେନ ୧୪ ରନ୍‌ର ଇଂନିସ ଖେଳିଛନ୍ତି । ଶେଷ ଭାଗରେ ଜାନ ଫ୍ରାଏଲିଙ୍କ୍‌ ୧୫ ଓ ଟ୍ରମ୍ପେଲମନ ୧୩ ରନ୍‌ର ଉପଯୋଗୀ ଯୋଗଦାନ ସହ ଟିମ୍‌ର ସ୍କୋର ୧୩୦ ପାର୍‌ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2021, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.