ETV Bharat / sports

ICC T-20 RANKINGS: ଅଷ୍ଟମକୁ ଖସିଲେ କୋହଲି, ପଞ୍ଚମରେ କେଏଲ ରାହୁଲ

author img

By

Published : Nov 10, 2021, 3:44 PM IST

ଆଇସିସି ପକ୍ଷରୁ ଜାରି ହେଲା ସଦ୍ୟ ନୂଆ ଟି-୨୦ ରାଙ୍କିଂ । ନୂଆ ରାଙ୍କିଂ ମୁତାବକ ଭାରତୀୟ ଓପନର କେଏଲ ରାହୁଲ ତିନିଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଫ୍ଲପ୍‌ ଶୋ ପରେ ଭାରତୀୟ ଦଳ ଲଗାତାର ତିନୋଟି ବିଜୟ ହାସଲ କରିଥିଲା । ଅଧିକ ପଢ଼ନ୍ତୁ...

kohli splits to eight spot and k.l.Rahul reached to fifth spot of latest icc t-20 rankings
ICC T-20 RANKINGS: ଅଷ୍ଟମକୁ ଖସିଲେ କୋହଲି, ପଞ୍ଚମରେ କେ.ଏଲ. ରାହୁଲ

ଦୁବାଇ: ଆଇସିସି ପକ୍ଷରୁ ଜାରି ହେଲା ସଦ୍ୟ ନୂଆ ଟି-୨୦ ରାଙ୍କିଂ । ନୂଆ ରାଙ୍କିଂ ମୁତାବକ ଭାରତୀୟ ଓପନର କେଏଲ ରାହୁଲ ତିନୋଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଫ୍ଲପ ଶୋ ପରେ ଭାରତୀୟ ଦଳ ଲଗାତାର ତିନୋଟି ବିଜୟ ହାସଲ କରିଥିଲା । ଏହି ବିଜୟରେ କେଏଲ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ । ତିନୋଟି ଯାକ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଫଳରେ ସେ ତିନୋଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ସେପଟେ ପୂର୍ବତନ ଭାରତୀୟ ଟି-୨୦ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ବକପ୍‌ରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ । ପାକିସ୍ତାନ ବିପକ୍ଷରେ ସେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ରନ୍‌ କରିବାରେ ଅସମର୍ଥ ରହିଥିଲେ । ପରବର୍ତ୍ତୀ ତିନୋଟି ମ୍ୟାଚରେ ସେ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ଫଳରେ ସେ ପଞ୍ଚମ ସ୍ଥାନରୁ ଖସି ଅଷ୍ଟମ ସ୍ଥାନରେ ରହିଛନ୍ତି ।

ଆଇସିସିର ନୂଆ ରାଙ୍କିଂ ଅନୁଯାୟୀ ସବୁଠାରୁ ଅଧିକ ଫାଇଦାରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟର ଆଡେନ ମକ୍ରମ । ଶେଷ ଗ୍ରୁପ୍ ମ୍ୟାଚରେ ସେ ଇଂଲଣ୍ଡ ବିପକ୍ଷରେ ଧୂଆଁଦାର ୫୨ ରନ୍‌ କରିଥିଲେ । ମାତ୍ର ୨୫ ବଲ୍‌ରେ ସେ ଏହି ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ସେ ତିନୋଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଖାଲି ସେତିକି ନୁହେଁ ଅଲରାଉଣ୍ଡର ତାଲିକାରେ ସେ ୭ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି ।

ସେପଟେ ଦକ୍ଷିଣ ଆଫ୍ରିକାର ରାସି ଭାନ-ଡର-ଡୁସେନ ୬ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ପହଞ୍ଚିଛନ୍ତି । ରାସି ଭାନ-ଡର-ଡୁସେନ ଇଲଂଣ୍ଡ ବିପକ୍ଷରେ ୯୪ ରନ୍‌ କରି ଅପରାଜିତ ରହିଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ଦଳ ଇଂଲଣ୍ଡ ବିପକ୍ଷରେ ୧୮୯ ଭଳି ବିଶାଳ ଲକ୍ଯ ଧାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରିଥିଲା । ଆଇସିସିର ଟି-୨୦ ରାଙ୍କିଂର ଶୀର୍ଷରେ ରହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ ।

ସେପଟେ ଅଲରାଉଣ୍ଡର ଓ ବୋଲରଙ୍କ ତାଲିକାରେ ଭାରତର ଜଣେ ଖେଳାଳି ସାମିଲ ହୋଇ ପାରିନାହାନ୍ତି । ଅଲରାଉଣ୍ଡର ତାଲିକାର ଶୀର୍ଷରେ ଆଫଗାନିସ୍ତାନର ଅଧିନାୟକ ମହମ୍ମଦ ନବୀ ରହିଥିବା ବେଳେ ବୋଲର ତାଲିକାର ଶୀର୍ଷରେ ରହିଛନ୍ତି । ଶ୍ରୀଲଙ୍କାର ଫାଷ୍ଟ ବୋଲର ୱାନିନ୍ଦୁ ହାସରଙ୍ଗା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.