ETV Bharat / sports

ଟି-୨୦ ବିଶ୍ବକପରେ ତୃତୀୟ ବୋଲର ଭାବେ ହସରଙ୍ଗାଙ୍କ ହ୍ୟାଟ୍‌-ଟ୍ରିକ୍‌ - T20 World Cup

ଟି-୨୦ ବିଶ୍ବକପରେ ଇତିହାସ ରଚିଲେ ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା । ଟି-୨୦ ବିଶ୍ବକପରେ ତୃତୀୟ କ୍ରିକେଟର ଭାବେ ଶନିବାର ହ୍ୟାଟ୍‌-ଟ୍ରିକ୍‌ ହାସଲ କରିଛନ୍ତି ହସରଙ୍ଗା ।

Hasaranga becomes third bowler to take hat-trick in T20 World Cup
ଟି-୨୦ ବିଶ୍ବକପରେ ତୃତୀୟ ବୋଲର ଭାବେ ହସରଙ୍ଗାଙ୍କ ହ୍ୟାଟ୍‌-ଟ୍ରିକ୍‌
author img

By

Published : Oct 30, 2021, 9:29 PM IST

ଶାରଜାହ: ଟି-୨୦ ବିଶ୍ବକପରେ ଇତିହାସ ରଚିଲେ ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା । ଟି-୨୦ ବିଶ୍ବକପରେ ତୃତୀୟ କ୍ରିକେଟର ଭାବେ ଶନିବାର ହ୍ୟାଟ୍‌-ଟ୍ରିକ୍‌ ହାସଲ କରିଛନ୍ତି ହସରଙ୍ଗା । ଚଳିତ ଟି-୨୦ ବିଶ୍ବକପରେ ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଏହି ବିରଳ ସଫଳତା ହାସଲ କରିଛନ୍ତି ହସରଙ୍ଗା ।

ଶ୍ରୀଲଙ୍କା ସ୍ପିନର ଦକ୍ଷିଣ ଆଫ୍ରିକାର ଆଡମ ମାର୍କ୍ରମ, ତେମ୍ବା ବାଭୁମା ଓ ଡ୍ବାଇନ ପ୍ରିଟୋରିସଙ୍କୁ ଲଗାତାର ୩ଟି ବଲ୍‌ରେ ଆଉଟ୍‌ କରିଥିଲେ ।

କର୍ଟିସ କ୍ୟାମ୍ପ୍‌ର ଓ ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବେଲାର ବ୍ରେଟ୍‌ ଲି ଟି-୨୦ ବିଶ୍ବକପରେ ହ୍ୟାଟ୍‌-ଟ୍ରିକ୍‌ ହାସଲ କରିଥିବା ଅନ୍ୟ ଦୁଇ ବୋଲର ରହିଛନ୍ତି । ମଜାଦାର କଥା ହେଉଛି, ଚଳିତ ମାସରେ କ୍ୟାମ୍ପର ମଧ୍ୟ ହ୍ୟା-ଟ୍ରିକ୍‌ ହାସଲ କରିଥିଲେ । ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ କଲିନ ଆକରମାନ୍‌, ରିଆନ ଡସକଟ୍‌ ଓ ସ୍କଟ୍‌ ଏଡୱାର୍ଡ୍‌ସଙ୍କୁ ଶିକାର କରିଥିଲେ ।

ତେବେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଡେଭିଡ ମିଲର, ହସରଙ୍ଗାଙ୍କ ହ୍ୟାଟ୍‌-ଟ୍ରିକ୍‌କୁ ଫିକା କରିଥିଲେ । ବିସ୍ଫୋରକ ବ୍ୟାଟିଂ ସହ ଟିମକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.