ETV Bharat / sports

କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ - କୁସ୍ତି ମହାସଂଘ ସଭାପତି ନିର୍ବାଚନ

Punia leaves Padma Shri award on pavement: କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ଅଲମ୍ପିକ ବିଜେପି ବଜରଙ୍ଗ ପୁନିଆ । ଅଧିକ ପଢନ୍ତୁ

Wrestler Bajrang Punia
Wrestler Bajrang Punia
author img

By ETV Bharat Odisha Team

Published : Dec 23, 2023, 10:07 AM IST

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର (WFI) ସଭାପତି ନିର୍ବାଚିତ ହେବା ପରେ ତେଜୁଛି ଅସନ୍ତୋଷ । ଏଥିରେ ମର୍ମାହତ ହୋଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶୁକ୍ରବାର ଦିଲ୍ଲୀର କର୍ତ୍ତବ୍ୟପଥ ଫୁଟପାଥରେ ନିଜର ପଦ୍ମଶ୍ରୀ ପୁରସ୍କାର ଛାଡି ପଳାଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ସହିତ ଫୁଟପାଥରେ ସେ ପଦ୍ମଶ୍ରୀ ମେଡାଲ ଥୋଇ ଦେଇ ଚାଲି ଯାଇଛନ୍ତି ।

କର୍ତ୍ତବ୍ୟପଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଆସିବା ପରେ ଗଣମାଧ୍ୟମକୁ ପୁନିଆ କହିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କ ସହ ଦେଖା ହୋଇପାରି ନାହିଁ । ସେ ପଦ୍ମଶ୍ରୀ ମେଡାଲ ଆଉ ଘରକୁ ଫେରାଇ ନେବେ ନାହିଁ କହିଛନ୍ତି । ଆମେ ଆମର ଝିଅ ଓ ଭଉଣୀଙ୍କ ପାଇଁ ଲଢେଇ କରୁଛୁ । ମୁଁ ସେମାନଙ୍କୁ ନ୍ୟାୟ ଦେଇପାରିଲି ନାହିଁ । ତେଣୁ ମୁଁ ଆଉ ନିଜକୁ ଏହି ସମ୍ମାନର(ପଦ୍ମଶ୍ରୀ) ଯୋଗ୍ୟ ଭାବୁନି । ସେଥିପାଇଁ ଏଠାକୁ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଆସିଥିଲି । କିନ୍ତୁ ମୁଁ ପୂର୍ବରୁ ସମୟ ମାଗି ନଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାଙ୍କ ସହ ସାକ୍ଷାତ ହୋଇପାରିଲାନି । ସେଥିପାଇଁ ମୁଁ ଏକ ଚିଠି ସହ ପଦ୍ମଶ୍ରୀ ପୁରସ୍କାର ସେଠି ଛାଡି ଦେଇଆସିଛି । କାରଣ ଏହି ମେଡାଲକୁ ଆଉ ଘରକୁ ଫେରାଇ ନେଇପାରିବି ନାହିଁ ।''

କୁସ୍ତି ମହାସଂଘ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ରକରି ଦିନକ ପୂର୍ବରୁ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇବେ ବୋଲି ଟ୍ବିଟ୍ କରିଥିଲେ । ଏହାପୂର୍ବରୁ ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ୟାସ ଘୋଷଣା କରିଥିଲେ । ଏପରିକି ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି କାନ୍ଦି ଭାଙ୍ଗି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ପଦ୍ମଶ୍ରୀ ଫେରାଇବେ ବଜରଙ୍ଗ, କାଲି ସନ୍ୟାସ ନେଇଥିଲେ ସାକ୍ଷୀ

ପ୍ରକାଶ ଥାଉକି, ବିଜେପି ସାଂସଦ ତଥା WFIର ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସାକ୍ଷୀ ମଲ୍ଲିକାଙ୍କ ସମେତ ବହୁ କୁସ୍ତିଯୋଦ୍ଧା ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରିଥିଲେ । ସେମାନେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିଲେ । କିନ୍ତୁ କାର୍ଯ୍ୟକାଳ ଶେଷ ପୂର୍ବରୁ କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେବେନି ବୋଲି ବ୍ରିଜଭୂଷଣ ସ୍ପଷ୍ଟ କରିଥିଲେ । ଏବେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସଭାପତି ନିର୍ବାଚନ ହୋଇଥିଲା । ହେଲେ ଏଥିରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଯାହାକୁ କୁସ୍ତିଯୋଦ୍ଧାମାନେ ତୀବ୍ର ବିରୋଧ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.