ETV Bharat / sports

Womens Asian Champions Trophy: ଅପରାଜେୟ ଭାରତ, କୋରିଆକୁ ହରାଇ ସେମିରେ ସବିତା ବାହିନୀ

author img

By ETV Bharat Odisha Team

Published : Nov 3, 2023, 7:30 AM IST

ରାଞ୍ଚିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଅପରାଜେୟ ରହିଛି । ଲିଗ ପର୍ଯ୍ୟାୟରେ 5ଟି ଯାକ ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

Womens Asian Champions Trophy
Womens Asian Champions Trophy

ରାଞ୍ଚି: ଅଦ୍ଭୂତ, ଅବିଶ୍ବସନୀୟ, ପ୍ରଶଂସନୀୟ । ରାଞ୍ଚିରେ ଚାଲିଥିବା ମହିଳା ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଉଲ୍ଲେଖ୍ୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଲିଗ ପର୍ଯ୍ୟାୟର ସମସ୍ତ 5ଟି ମ୍ୟାଚ ଜିତି ଅପରାଜେୟ ରହିଛି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଥାଇଲାଣ୍ଡ, ଚୀନ, ଜାପାନ ଓ ମାଲେସିଆ ପରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ଦଳ । କୋରିଆକୁ 5-0 ଗୋଲରେ ପରାସ୍ତ କରିଛି ଭାରତ । ସାଲିମା ଟେଟେ ଦୁଇଟି ଗୋଲ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସଙ୍ଗୀତା କୁମାରୀ ରାଇଜିଂ ଷ୍ଟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।

ମ୍ୟାଚ ଆରମ୍ଭରୁ ଭାରତ କୋରିଆ ଉପରେ ଆଧିପତ୍ୟ ବିସ୍ତାର କରିଥିଲା । ସାଲିମା ଟେଟେ ଡବଲ ଗୋଲ କରି ଭାରତକୁ ବିଜୟୀ ଭେଟି ଦେଇଥିଲେ । ମ୍ୟାଚର 6 ଓ 36ତମ ମିନିଟରେ ସାଲିମା ଟେଟେ ଦୁଇଟି ଗୋଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବନୀତ କୌର, ବନ୍ଦନା କଟ୍ଟାରିଆ ଓ ନେହା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । କୋରିଆ ଖୋତା ଖୋଲି ପାରିନଥିଲା । ଭାରତ ଆକ୍ରମଣରେ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା କୋରିଆ ଦଳ ।

ଏହା ବି ପଢନ୍ତୁ...Womens Asian Champions Trophy: ଜାପାନକୁ ହରାଇ ସେମିରେ ମହିଳା ହକି ଦଳ

ଏହି ବିଜୟ ସହ ଭାରତର ପଏଣ୍ଟ ସଂଖ୍ୟା 15 ହୋଇଛି । ପଏଣ୍ଟ ଟେବୁଲ ଟପରେ ରହିଛି ଭାରତ । କୋରିଆ 5ଟି ମ୍ୟାଚରୁ 7 ପଏଣ୍ଟ ହାସଲ କରିଛି । ଗତ 4 ବର୍ଷରେ କୋରିଆ ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ । ଦୁଇ ଦଳ ପରସ୍ପରକୁ 21 ଥର ଭେଟିଛନ୍ତି । ଭାରତ 6ଟି ମ୍ୟାଚ ଜିତିଥିବା ବେଳେ 12ଟି ମ୍ୟାଚ ହାରିଥିଲା । 3ଟି ମ୍ୟାଚ ଡ୍ର ହୋଇଥିଲା । ଆସନ୍ତାକାଲି (ଶନିବାର) ଭାରତ ସେମିଫାଇନାଲ ମ୍ୟାଚରେ କୋରିଆକୁ ଭେଟିବ । ଅନ୍ୟ ଏକ ସେମିଫାଇନାଲ ଚୀନ-ଜାପାନ ମଧ୍ୟରେ ଖେଳାଯିବ ।

ଏହା ବି ପଢନ୍ତୁ...Womens Asian Champions Trophy: ଚୀନକୁ ଚକମା, ଭାରତର ହ୍ୟାଟ୍ରିକ ବିଜୟ

ଏହା ବି ପଢନ୍ତୁ...Womens Asian Champions Trophy: ବନ୍ଦନାଙ୍କ ଡବଲ ଗୋଲ, 5-0ରେ ହାରିଲା ମାଲେସିଆ

ପ୍ରକାଶ ଥାଉକି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେଇଛନ୍ତି । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଥିଲା ।

ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଥିଲା । ବନ୍ଦନା କଟ୍ଟାରିଆ ଡବଲ ଗୋଲ କରିଥିଲେ । ତୃତୀୟ ମ୍ୟାଚରେ ଚୀନ ବିପକ୍ଷରେ ବାଜିମାତ କରିଥିଲା ଭାରତୀୟ ମହିଳା ହକି ଦଳ । ଚତୁର୍ଥ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରି ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଥିଲା ଭାରତ । କୋରିଆ ବିପକ୍ଷରେ ଲଗାତାର ପଞ୍ଚମ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ନଭେମ୍ବର 5 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.