ବେଜିଂ(ଚାଇନା): ଅନ୍ତର୍ଜାତୀୟ ପାରାଲମ୍ପିକ୍ କମିଟି(IPC) ପରିଚାଳନା ପରିଷଦର ବଡ ନିଷ୍ପତ୍ତି । ବେଜିଂ ୨୦୨୨ ଶୀତକାଳୀନ ପାରାଲମ୍ପିକ୍ ପାଇଁ ରୁଷିଆ ଓ ବେଲାରୁସ ଆଥଲେଟ୍ଙ୍କ ଉପରେ ପ୍ରତିବନ୍ଧକ ନିଷ୍ପତ୍ତି ନେଇଛି ଆଇପିସି ।
ଏହି ନିଷ୍ପତ୍ତି ଅନୁଯାୟୀ, ଏହି ଦେଶର ପାରା-ଆଥଲେଟ୍ସ ମାର୍ଚ୍ଚ ୪, ୨୦୨୨ରୁ ଆରମ୍ଭ ହେବାକୁ ଯାଉଥିବା ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ।
ଅନ୍ତର୍ଜାତୀୟ ପାରାଲମ୍ପିକ୍ କମିଟି(IPC)ର ସଭାପତି ଆଣ୍ଡ୍ରିୟୁ ପାରସନ୍ସ କହିଛନ୍ତି, କ୍ରୀଡା ଓ ରାଜନୀତିର ମିଶ୍ରଣ ହେବା ଉଚିତ ନୁହେଁ । ବିନା କୌଣସି ଦୋଷରେ ଯୁଦ୍ଧ ଏହି ଖେଳକୁ ଆସିଛି ଓ ଏହାର ପ୍ରଚ୍ଛଦ ପଟ୍ଟରେ ଅନେକ ସରକାର ମେଗା ଇଭେଣ୍ଟକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । IPC ଏକ ସଦସ୍ୟ ଭିତ୍ତିକ ସଂଗଠନ, ତେଣୁ ସଦସ୍ୟ ସଂଗଠନ ଗୁଡିକର ସଦସ୍ୟଙ୍କ ମତକୁ ସମ୍ମାନ ଦେବାକୁ ବାଧ୍ୟ ।
ଏହାମଧ୍ୟ ପଢନ୍ତୁ: BCCI central contracts: ପୂଜାରା, ରାହାଣେ ଓ ପାଣ୍ଡ୍ୟାଙ୍କ ପଦ ଅବନତି
ରୁଷିଆ ଓ ୟୁକ୍ରେନର ଯୁଦ୍ଧ ସ୍ଥିତି ମଧ୍ୟରେ କ୍ରୀଡାଜଗତ ଶାନ୍ତି ପ୍ରାର୍ଥନା କରିବା ସହ ରୁଷିଆନ ଗ୍ରାଣ୍ଡ ପ୍ରିକ୍ସ ସମେତ ରୁଷିଆରେ ହେବାକୁ ଥିବା ଏକାଧିକ ଇଭେଣ୍ଟକୁ ବାତିଲ କରିଛନ୍ତି । ଚାମ୍ପିଅନ୍ସ ଲିଗ ଫାଇନାଲ ମଧ୍ୟ ରୁଷିଆରୁ ସ୍ଥାନାନ୍ତର ହୋଇଛି ଓ ପ୍ୟାରିସରେ ହେବ ବୋଲି ସ୍ଥିର ହୋଇଛି ।
ANI