ETV Bharat / sports

Khelo India University Games: ଭାରତ୍ତୋଳନରେ ସ୍ନେହାଙ୍କୁ ସ୍ବର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ - ଭାରଉତ୍ତୋଳନରେ ସ୍ନେହାଙ୍କୁ ସ୍ବର୍ଣ୍ଣ

ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଯାଇଛି । ବିଶ୍ବ ବିଦ୍ୟାଳୟ କ୍ରୀଡାରେ ରାଜ୍ୟରୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି ସ୍ନେହା ସୋରେନ । ପ୍ରଥମ ଦିନରେ ଭାରତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ସ୍ନେହା ସୋରେନ । ଅଧିକ ପଢନ୍ତୁ

ଭାରତ୍ତୋଳନରେ ସ୍ନେହାଙ୍କୁ ସ୍ବର୍ଣ୍ଣ
ଭାରତ୍ତୋଳନରେ ସ୍ନେହାଙ୍କୁ ସ୍ବର୍ଣ୍ଣ
author img

By

Published : Apr 25, 2022, 7:24 AM IST

ଭୁବନେଶ୍ବର: ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଯାଇଛି । ବିଶ୍ବ ବିଦ୍ୟାଳୟ କ୍ରୀଡାରେ ରାଜ୍ୟରୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସ୍ନେହା ସୋରେନ । ପ୍ରଥମ ଦିନରେ ଭାରତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ସ୍ନେହା ସୋରେନ । ସ୍ନେହା କିଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡାରେ ଭାଗ ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପ୍ରମିଳା କିଷାନୀ ରୌପ୍ୟ ଓ ପୁରୁଷରେ ରାଜେନ୍ଦ୍ର ମୁଦୁଲି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।

ସ୍ନେହା ମହିଳା 49 କିଲୋ ବର୍ଗରେ ପ୍ରତିନ୍ଦ୍ବନ୍ଦିତା କରିଥିଲେ । ସ୍ନାଚରେ 69 କିଲୋ ଓ କ୍ଲିନ ଏଣ୍ଡ ଜର୍କରେ 92 କିଲୋ ସହ ମୋଟ 161 କିଲୋ ଭାରତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ଭାରୋତ୍ତୋଳନ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ନେହା ତୁମ ସଫଳତା ପାଇଁ ଅଭିନନ୍ଦନ । ଭବିଷ୍ୟତରେ ଆହୁରି ସଫଳ ହୁଅ, ସେଥିପାଇଁ ଶୁଭେଚ୍ଛା ।

ଏହା ବି ପଢନ୍ତୁ...ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟିତ

ସେହିପଟି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରୁ ପ୍ରତିନିଧିତ୍ବ କରି ମହିଳା 55 କିଲୋ ଓଜନ ବର୍ଗରେ ପ୍ରମିଳା ରୌପ୍ୟ ପଦକ ଜିତିଛନ୍ତି । ସେ ସ୍ନାଚରେ 71, ଏବଂ କ୍ଲିନ ଏଣ୍ଡ ଜର୍କରେ 95 କିଲୋ ଓଜନ ଭାରତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । କିଟ ବିଶ୍ବବିଦ୍ୟାଳୟରୁ ପୁରୁଷ 91 କିଲୋ ଓଜନ ବର୍ଗରେ ରାଜେନ୍ଦ୍ର ମୋଟ 238 କିଲୋ ଉତ୍ତୋଳନ କରି ବ୍ରୋଞ୍ଚ ଜିତିଛନ୍ତି । ସେ ସ୍ନାଚରେ 108 ଏବଂ କ୍ଲିନ ଏଣ୍ଡ ଜର୍କରେ 130 କିଲୋ ଉଠାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.