ETV Bharat / sports

ମାରିୟାପ୍ପନ ଥାଙ୍ଗାଭେଲୁ ହେଲେ ଟୋକିଓ ପାରାଅଲମ୍ପିକ୍ସ ଟିମ ଇଣ୍ଡିଆ କ୍ୟାପଟେନ

author img

By

Published : Jul 2, 2021, 4:02 PM IST

ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ପାରା ଟିମର ନେତୃତ୍ବ ନେବେ 2016 ରିଓ ପାରାଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ମାରିୟାପ୍ପନ ଥାଙ୍ଗାଭେଲୁ । ଅଧିକ ପଢନ୍ତୁ...

Tokyo Paralympics:  Mariyappan Thangavelu to lead Indian contingent
ମାରିୟାପ୍ପନ ଥାଙ୍ଗାଭେଲୁ ହେଲେ ଟୋକିଓ ପାରାଅଲମ୍ପିକ୍ସ ଟିମ ଇଣ୍ଡିଆ କ୍ୟାପଟେନ

ନୂଆଦିଲ୍ଲୀ: ଉଚ୍ଚ ଡିଆଁରେ 2016 ରିଓ ପାରାଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ମାରିୟାପ୍ପନ ଥାଙ୍ଗାଭେଲୁଙ୍କୁ ମିଳିଲା ବଡ ଦାୟିତ୍ବ । ଆଗାମୀ ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ପାରା ଟିମର ନେତୃତ୍ବ ନେବେ ଥାଙ୍ଗାଭେଲୁ । ଏହି ମେଗା ଇଭେଣ୍ଟ ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଖେଳାଯିବ ।

"ମାରିୟାପ୍ପନ ଥାଙ୍ଗାଭେଲୁ ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଟିମର ନେତୃତ୍ବ ନେବେ ।" ଏହା କହିଛନ୍ତି, ଭାରତୀୟ ପାରାଅଲମ୍ପିକ କମିଟି(PCI) ସଭାପତି ଦୀପା ମଲିକ ।

କୋଭିଡ-19 ମହାମାରୀର ପ୍ରତିବନ୍ଧକ ସତ୍ତ୍ବେ ଖେଳାଳିମାନେ ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବାରେ ହେଳା କରିନାହାନ୍ତି । ଗତ ମାର୍ଚ୍ଚର ସମୟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା । ମାତ୍ର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମେଗା ଇଭେଣ୍ଟ ପାଇଁ ଖେଳାଳିଙ୍କ ପ୍ରସ୍ତୁତି ନେଇ ଖୁସିବ୍ୟକ୍ତ କରିବା ସହ ଗର୍ବିତ ବୋଲି କହିଛନ୍ତି PCI ମୁଖ୍ୟ ।

କୋଭିଡ-19 ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ଆଥଲେଟ୍‌ସମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନାହାନ୍ତି । ମାତ୍ର ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ପ୍ରଭାବିତ ହୋଇନାହିଁ ।

ତେବେ ସମସ୍ତ ପ୍ରକାର କୋଭିଡ ନିୟନ ପାଳନ ସହ ଅନୁଶାସନ ରକ୍ଷା କରି ଭଲ ପ୍ରଦର୍ଶନ ପାଇଁ ଭାରତୀୟ ଟିମ ସମସ୍ତ ପ୍ରୟାସ କରିବ ବୋଲି PCI ଆଶାବାଦୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.