ETV Bharat / sports

Tokyo Paralympics: ଏୟାର ପିସ୍ତଲ ଏସଏଚ୧ ଫାଇନାଲରେ ରୁବିନା - Rubina Francis

ଆଜି(ମଙ୍ଗଳବାର) ମହିଳା ୧୦ମିଟର ଏୟାର ପିସ୍ତଲ ଏସଏଚ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ରୁବିନା ଫ୍ରାନ୍ସିସ । ଅଧିକ ପଢନ୍ତୁ...

ଏୟାର ପିସ୍ତଲ ଏସଏଚ୧ ଫାଇନାଲରେ ରୁବିନା
ଏୟାର ପିସ୍ତଲ ଏସଏଚ୧ ଫାଇନାଲରେ ରୁବିନା
author img

By

Published : Aug 31, 2021, 9:10 AM IST

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ଲଗାତାର ଦୁଇ ଦିନରେ ପଦକ ବର୍ଷା କରିଛନ୍ତି ଭାରତୀୟ ପାରା ଅଲିମ୍ପିଆନ । ଆଜି(ମଙ୍ଗଳବାର) ମହିଳା ୧୦ମିଟର ଏୟାର ପିସ୍ତଲ ଏସଏଚ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ରୁବିନା ଫ୍ରାନ୍ସିସ ।

ଖେଳ ଆରମ୍ଭରୁ ରୁବିନା ଭଲ ପ୍ରଦର୍ଶନ କରିଥିଲେ । ୫୬୦ ପଏଣ୍ଟ ସହିତ ସପ୍ତମ ପର୍ଯ୍ୟାୟ ଶେଷ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ରୁବିନା । ପ୍ରଥମ ସିରିଜର ଶେଷ ବେଳକୁ ୯୧ ପଏଣ୍ଟ ସହିତ ୧୩ତମ ସ୍ଥାନରେ ରହଥିଲେ । ଦ୍ବିତୀୟ ପର୍ଯ୍ୟାୟ ବେଳକୁ ୧୮୭ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଥିଲେ ରୁବିନା । ଏହା ପରେ ୨୮୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ପହଞ୍ଚିଥିଲେ ।

ଫାଇନାଲ ପର୍ଯ୍ୟାୟ ପରେ ଭାରତକୁ ଆଉ ଏକ ପଦକ ଭେଟି ଦେଇ ପାରନ୍ତି ରୁବିନା । ଗତକାଲି ମହିଳା ୧୦ମିଟର ଏୟାର ରାଇଫଲ ଏସଏଚ୧ରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଥିଲେ ଅବନୀ ଲେଖାରା । ପାରାଲିମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ଜିତିଥିବା ମହିଳା ହୋଇଛନ୍ତି ଅବନୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.