ETV Bharat / sports

Tokyo Olympics: ୨୦୦ ମିଟର ଦୌଡରେ ବି ଫେଲ୍‌ ଦୂତୀ

ମହିଳା ୨୦୦ ମିଟର ରାଉଣ୍ଡ 4(ହିଟ୍‌ସ)ରେ ଦୂତୀ ଚାନ୍ଦ ନିରାଶ । ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରିଲେନି ଦୂତୀ । ଅଧିକ ପଢନ୍ତୁ...

୨୦୦ ମିଟର ଦୌଡରେ ବି ଫେଲ୍‌ ଦୂତୀ
୨୦୦ ମିଟର ଦୌଡରେ ବି ଫେଲ୍‌ ଦୂତୀ
author img

By

Published : Aug 2, 2021, 8:12 AM IST

Updated : Aug 2, 2021, 8:21 AM IST

ଟୋକିଓ: ପୁଣି ନିରାଶ କଲେ ଦୂତୀ । ୨୦୦ମିଟର ରାଉଣ୍ଡ ୪(ହିଟ୍‌ସ)ରେ ଦୌଡିଥିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ତେବେ ଯୋଗ୍ୟତା ଅର୍ଜନ କରିପାରିଲେନି ଦୂତୀ । ୨୩.୦୦ ସେକେଣ୍ଡରେ ୨୦୦ ମିଟର ରାଉଣ୍ଡ ୪(ହିଟ୍‌ସ)ରେ ଦୂତୀ ସପ୍ତମ ସ୍ଥାନରେ ରହି ଦୌଡ ଶେଷ କରିଛନ୍ତି । ଏହି ଫଳାଫଳ ସହ ସେ ସେମିଫାଇନାଲ ଟିକେଟ ହାସଲ କରିବାରେ ବିଫଳ ହୋଇଛନ୍ତି ।

୧୦୦ମିଟର ଦୌଡରେ ହାରିବା ପରେ ୨୦୦ମିଟରରେ କିଛି କମାଲ କରିବେ ବୋଲି ଆଶା ଥିଲା । ହେଲେ ତାହା ଏକ ପ୍ରକାର ମଉଳି ଯାଇଛି । ୨୨.୧୧ସେକେଣ୍ଡରେ ଦୌଡି ନାମିବିଆର କ୍ରିଷ୍ଟାଇନ୍ ବୋମା ପ୍ରଥମ ସ୍ଥାନରେ ରହିଛନ୍ତି । ଏହା ସହିତ ୨୨.୨୦ ସେକେଣ୍ଡ ସମୟ ନେଇ ଆମେରିକାର ଗ୍ରାହଏଲ ଥୋମାସ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

୨୦୧୯ରେ ଦୋହାର କତାରଠାରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ । ଯେହେତୁ ଦୂତୀ ପ୍ରଥମଥର ଅଲିମ୍ପିକ୍ସରେ ୨୦୦ ମିଟରରେ ଭାଗ ନେଇଥିଲେ, ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା ହେଲେ ସେ ସମସ୍ତ କ୍ରୀଡା ପ୍ରେମୀଙ୍କୁ ନିରାଶ କରିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ୧୧.୫୪ ସେକେଣ୍ଡରେ ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୂତୀ ସପ୍ତମ ସ୍ଥାନରେ ଦୌଡ ଶେଷକରିଥିଲେ । ଜାମାଇକାର ସେଲି ଅନ-ଫ୍ରାସର ୧୦.୮୪ ସେକେଣ୍ଡରେ ପହଞ୍ଚି ହିଟ୍‌ସରେ ଶୀର୍ଷ ସ୍ଥାନରେ ରହିଛନ୍ତି । ପରେ ଏଜଲା ଡେଲ ପୋଣ୍ଟେ ୧୦.୯୧ ସମୟରେ ପହଞ୍ଚି ଦ୍ବିତୀୟ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2021, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.