ETV Bharat / sports

Tokyo Olympics: ତୀରନ୍ଦାଜ, ବିନା ପଦକରେ ଭାରତର ଅଭିଯାନ ଶେଷ - ଟୋକିଓ ଅଲମ୍ପିକ୍‌ ତାଜା ଅପଡେଟ୍‌

ତୀରନ୍ଦାଜ ଷ୍ଟାର ଅତନୁ ଦାସ ୧/୮ ଏଲିମିନେଟର ଇଭେଣ୍ଟରେ ଜାପାନର ଫୁରୁକାୱା ତାକାହୁରୁଙ୍କ ଠାରୁ ୬-୪ରେ ପରାସ୍ତ । ଅଧିକ ପଢନ୍ତୁ...

Tokyo Olympics, Day 9: Archer Atanu Das loses in 1/8 eliminations event
Tokyo Olympics: ତୀରନ୍ଦାଜରେ ବିନା ପଦକରେ ଭାରତର ଅଭିଯାନ ଶେଷ
author img

By

Published : Jul 31, 2021, 10:17 AM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ତୀରନ୍ଦାଜରେ ଭାରତ ନିରାଶ । ପୁରୁଷ ବ୍ୟକ୍ତିଗତ ପ୍ରି-କ୍ବାର୍ଟରଫାଇନାଲରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତର ଶେଷ ଆଶା ଥିଲେ ଅତନୁ ଦାସ । ମାତ୍ର ହୋମ ଫେବରିଟ ତକାହାରୁ ଫୁରୁକାୱାଙ୍କ ଠାରୁ ୫ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୬-୪ରେ ପରାସ୍ତ ହୋଇଛନ୍ତି ଅତନୁ ।

ପଞ୍ଚମ ସେଟ୍‌ ତଥା ନିର୍ଣ୍ଣାୟକ ସେଟ୍‌ରେ ରେଡ୍‌ ସର୍କଲକୁ ଛୁଇଁଥିଲା ଅତନୁଙ୍କ ତୀର । ଯାହାକି ୮ ପଏଣ୍ଟ ମିଳିବା ସହ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏପରିକି ଗୋଟିଏ ୧୦ ସନ୍ଧାନରେ ଥିବା ଅତନୁ ବିଫଳ ହୋଇଥିଲେ । ଫଳରେ ଫୁରୁକାୱା ଏହାର ଫାଇଦା ଉଠାଇ ନିର୍ଣ୍ଣାୟକ ସେଟ୍‌କୁ ଗୋଟିଏ ପଏଣ୍ଟ ବ୍ୟବଧାନରେ ଜିତିନେଇଥିଲେ।

ଶୁକ୍ରବାର, ପତ୍ନୀ ତଥା ବିଶ୍ବ ନମ୍ବର ୧ ଦୀପିକା କୁମାରୀ କୋରିଆର ଅନ ସାନଙ୍କ ଠାରୁ ୦-୬ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାର ହେବାପରେ ଅତନୁ ଏକମାତ୍ର ଭାରତୀୟ ଖେଳାଳି ଭାବେ ଅଭିଯାନ ଜାରି ରଖିଥିଲେ ।

ଲଣ୍ଡନ ଅଲମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ଓ ଜିନ ହେକ୍‌ଙ୍କୁ ଶେଷ ୩୨ ମ୍ୟାଚ୍‌ରେ ବିଦାୟର ରାସ୍ତା ଦେଖାଇବା ପରେ ଅତନୁ ଜାପାନିଜ ଚ୍ୟାଲେଞ୍ଜକୁ ପାର୍‌ କରିବାରେ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ(୨୮-୨୭) ବିଫଳ ହେଲେ ।

ଦୁଇଥର ଅତନୁଙ୍କ ତୀର ରେଡ-ସର୍କଲକୁ ଛୁଇଁବା ପରେ(8-8) ଓପନିଂ ସେଟ୍‌ରେ ଦୁଇଟି ମୂଲ୍ୟବାନ ପଏଣ୍ଟ(୨୫-୨୭) ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.