ETV Bharat / sports

Tokyo Olympics; ୩୩୪ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଦୀପିକା କୁମାରୀ

author img

By

Published : Jul 23, 2021, 8:46 AM IST

Updated : Jul 23, 2021, 9:06 AM IST

୩୩୪ ପଏଣ୍ଟ ହାସଲ କରି ନବମ ରାଉଣ୍ଡ ଶେଷ କରି ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ଅଧିକ ପଢନ୍ତୁ...

ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ
ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ

ଟୋକିଓ: ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲମ୍ପିକରେ ଶୁକ୍ରବାର ମହିଳା ବ୍ୟକ୍ତିଗତରେ ପ୍ରଥମ ପର୍ଯ୍ୟାୟ ଶେଷ କରିଛନ୍ତି । ୩୩୪ ପଏଣ୍ଟ ହାସଲ କରି ନବମ ରାଉଣ୍ଡ ଶେଷ କରି ଦମଦାର ପ୍ରଦର୍ଶନ କରିଛନ୍ତି ଦୀପିକା ।

୭୨ଟି ତୀରରୁ ୩୬ଟି ତୀର ମାରି ଖେଳରେ ଉନ୍ନତି କରି ଦମଦାର କମବ୍ୟାକ କରିଛନ୍ତି ଦୀପିକା । ୩୩୪ ପଏଣ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଦୀପିକା । ତୀରନ୍ଦାଜ ପ୍ରତିଯୋଗିତା ରାଙ୍କିଂ ରାଉଣ୍ଡରୁ ଆରମ୍ଭ ହୁଏ । ଯେଉଁଠାରେ ୧୨୮ଜଣ ତୀରନ୍ଦାଜ ( 64 ପୁରୁଷ ଓ ମହିଳା)ଙ୍କୁ 70 ମିଟର ଦୂର ଏକ ଲକ୍ଷ୍ୟସ୍ଥଳରେ 72ଟି ତୀର ମାରିବାକୁ କୁହାଯାଏ । ପ୍ରତି ତୀରନ୍ଦାଜ ଖେଳାଳିଙ୍କୁ ଦୁଇମିନିଟର ଶେଷ ବେଳକୁ ଛଅଟି ତୀର ମାରିବାକୁ ପଡିବ । ୭୨୦ ହେଉଛି ଉପଯୁକ୍ତ ସ୍କୋର । ପ୍ରଥମ ସ୍ଥାନରେ କୋରିଆନରେ ଏନ ସାନ ଓ ଜାଙ୍ଗ ମିନିହି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

୩୩୪ପଏଣ୍ଟ ସହ ୪ର୍ଥ ସ୍ଥାନରେ ଦୀପିକା କୁମାରୀ
୩୩୪ପଏଣ୍ଟ ସହ ୪ର୍ଥ ସ୍ଥାନରେ ଦୀପିକା କୁମାରୀ

ପୁରୁଷ ବ୍ୟକ୍ତିଗତ ରାଙ୍କିଂ ରାଉଣ୍ଡରେ ଅତନୁ ଦାସ, ତରୁଣଦୀପ ରାଏ ଏବଂ ପ୍ରବୀଣ ଯାଦବ ଆଗକୁ ଖେଳିବେ । ପ୍ରଥମ ଦିନରେ 15 ଦିନିଆ କ୍ରୀଡାରେ ପ୍ରଥମ ଦିନରେ, ଦୁଇଟି କ୍ରୀଡା - ତୀରନ୍ଦାଜ ଏବଂ ରୋଇଂ - ଉଦଘାଟନୀ ସମାରୋହ ପୂର୍ବରୁ ସକାଳେ ପ୍ରତିଯୋଗିତା ପାଇଁ ଧାର୍ଯ୍ୟ କରାଯାଇଛି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 23, 2021, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.