ETV Bharat / sports

ବ୍ରୋଞ୍ଜ ବିଜୟିନୀ ଲଭଲିନାଙ୍କୁ ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀଙ୍କ ଅଭିନନ୍ଦନ

author img

By

Published : Aug 4, 2021, 1:18 PM IST

ଟୋକିଓ ଅଲମ୍ପିକରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଥିବା ବକ୍ସର ଲଭଲିନା ବୋର୍ଗହେନଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

Tokyo Olympics: Anurag Thakur and Kiren Rijiju praise Lovlina Borgohain after boxer wins bronze
ବ୍ରୋଞ୍ଜ ବିଜୟିନୀ ଲଭଲିନାଙ୍କୁ ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଥିବା ବକ୍ସର ଲଭଲିନା ବୋର୍ଗହେନଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ପ୍ରଶଂସା । ନିଜର ପ୍ରଥମ ଅଲମ୍ପିକ ପଦାର୍ପଣରେ ଦମଦାର ପ୍ରଦର୍ଶନ ସହ ତୃତୀୟ ଭାରତୀୟ ବକ୍ସର ଭାବେ ଅଲମ୍ପିକ ପଦକ ଜିତିବାର ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ଲଭଲିନା । ଚଳିତ ଟୋକିଓ ଅଲମ୍ପିକର ମହିଳା ୱେଲଟରୱେଟ୍‌ (୬୪-୬୯ କିଲୋଗ୍ରାମ) ବର୍ଗରେ ବୁଧବାର ସେମିଫାଇନାଲ ମୁକାବିଲାରେ ପରାଜୟର ସତ୍ତ୍ବେ ଦେଶପାଇଁ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ।

ଏହାପରେ ସାରାଦେଶରୁ ଲଭଲିନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଟ୍ବିଟ ଯୋଗେଁ ବ୍ରୋଞ୍ଜ ବିଜୟିନୀ ଲଭଲିନାଙ୍କ ଉଦ୍ଦେଶ୍ୟରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, "ତୁମେ ତୁମର ଶ୍ରେଷ୍ଠ ପଞ୍ଚ୍‌ ମାରିଛ, ଭାରତ ତୁମ ପାଇଁ ବହୁତ ଗର୍ବିତ । ପ୍ରଥମ ଅଲମ୍ପିକରେ ପଦକ ଜିତିଛ, ଏହି ଯାତ୍ରା ଆରମ୍ଭ ମାତ୍ର । "

ରିଜିଜୁ ମଧ୍ୟ ଟ୍ବିଟରେ ଲେଖିଛ୍ତି, "ତୁମେ ଦେଶକୁ ଗର୍ବିତ କରିଛ, ବ୍ରୋଞ୍ଜ ପଦକ ବିଜୟ ପାଇଁ ଅଭିନନ୍ଦନ । ତୁମର ଏହି ସଫଳତା ପାଇଁ ଗର୍ବିତ ।" ତୁର୍କୀର ବୁସେନାଜ ସୁରେମେନଲି ୫-୦ରେ ଲଭଲିନାଙ୍କୁ ସର୍ବସମ୍ମତି ରାୟରେ ହରାଇଛନ୍ତି । ତୁର୍କୀ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନରେ ପ୍ରଭାବିତ ହେବାପରେ ସମସ୍ତ ୫ଜଣ ବିଚାରକ ତାଙ୍କର ବିଜୟରେ ମୋହର ମାରିଥିଲେ ।

ଆସାମର ୨୩ ବର୍ଷୀୟା ଝିଅ ଲଭଲିନା, ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ତୃତୀୟ ଭାରତୀୟ ବକ୍ସର ଭାବେ ବିଜେନ୍ଦର ସିଂହ(୨୦୦୮), ଏମସି ମେରୀକମ(୨୦୧୨)ଙ୍କ ପରେ ଭାରତ ପାଇଁ ଅଲମ୍ପିକ ପଦକ ବିଜେତା ହୋଇଛନ୍ତି । ଏଥିସହ ଚଳିତ ଅଲମ୍ପିକରେ ବକ୍ସିଂ ଇଭେଣ୍ଟରେ ମଧ୍ୟ ଏହା ଭାରତର ପ୍ରଥମ ପଦକ । ଏହି ପଦକ ସହ ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.