ETV Bharat / sports

Swiss Open: ବିଜୟରୁ ସିନ୍ଧୁଙ୍କ ଅଭିଯାନ

author img

By

Published : Mar 24, 2022, 10:31 PM IST

ଦୁଇ ଥର ଅଲମ୍ପିକ ପଦକ ବିଜେତା ରହିସାରିଥିବା ସିନ୍ଧୁ, ଡେନମାର୍କର ଲିନେ ହୋଜମାର୍କ କାଜର୍ସଫେଲ୍ଟଙ୍କୁ ୨୧-୧୪, ୨୧-୧୨ରେ ହରାଇ ମହିଳା ସିଙ୍ଗଲ୍ସର ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଅଧିକ ପଢନ୍ତୁ

Swiss Open: Sindhu, Ponnappa-Reddy sail to second round; Arjun-Kapila lose in opening round
Swiss Open: ବିଜୟରୁ ସିନ୍ଧୁଙ୍କ ଅଭିଯାନ

ବାସେଲ(ସ୍ବିଜରଲାଣ୍ଡ୍‌): ଚଳିତ ସୁଇସ ଓପନରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ମହିଳା ଡବଲ୍ସ ଯୋଡି ଅଶ୍ବିନ ପୋନ୍ନାପା ଓ ଏନ ସିକି ରେଡ୍ଡି ମଧ୍ୟ ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ତେବେ ଏମଆର ଅର୍ଜୁନ ଓ ଧ୍ରୁବ କପିଲା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି ।

ଦୁଇ ଥର ଅଲମ୍ପିକ ପଦକ ବିଜେତା ରହିସାରିଥିବା ସିନ୍ଧୁ, ଡେନମାର୍କର ଲିନେ ହୋଜମାର୍କ କାଜର୍ସଫେଲ୍ଟଙ୍କୁ ୨୧-୧୪, ୨୧-୧୨ରେ ହରାଇ ମହିଳା ସିଙ୍ଗଲ୍ସର ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ରାଉଣ୍ଡରେ ସିଧାସଳଖ ସେଟ୍‌ରେ ବିଜୟ ସହିତ ହାଇଦ୍ରାବାଦୀ ସର୍ଟଲର ଦ୍ବିତୀୟ ରାଉଣ୍ଡରେ ଚାଇନାର ଲେସଲିହାନ ୟିଗିଟଙ୍କୁ ଭେଟିବେ ।

ମହିଳା ଡବଲ୍ସରେ ଭାରତୀୟ ଯୋଡି ଅଶ୍ବିନ ପୋନ୍ନାପ୍ପା ଓ ଏନ ସିକି ରେଡ୍ଡି ଏଲିନ ମୁଲର ଓ ଜେନେଜିରା ଷ୍ଟାଡେଲମନଙ୍କୁ ୨୧-୧୫ ଓ ୨୧-୧୬ରେ ହରାଇଛନ୍ତି । ଏହି ମ୍ୟାଚ୍‌ ୩୫ ମିନିଟ୍‌ ଧରି ଖେଳାଯାଇଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.