ETV Bharat / sports

Swiss Open: ସେମିଫାଇନାଲରେ ପିଭି ସିନ୍ଧୁ

author img

By

Published : Mar 25, 2022, 9:47 PM IST

ଦୁଇ ଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ କାନାଡାର ମିଚେଲେ ଲି ଙ୍କୁ କ୍ବାର୍ଟର-ଫାଇନାଲ ମ୍ୟାଚ୍‌ରେ ୨୧-୧୦, ୨୧-୧୯ ସିଧାସଳଖ ସେଟ୍‌ରେ ହରାଇ ସୁଇସ ଓପନ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Swiss Open: Sindhu defeats Michelle Li, storms into semi-final
Swiss Open: ସେମିଫାଇନାଲରେ ପିଭି ସିନ୍ଧୁ

ବାସେଲ(ସ୍ବିଜରଲାଣ୍ଡ): ଦୁଇ ଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଶୁକ୍ରବାର ଚଳିତ ସୁଇସ ଓପନ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସ୍ବିଜରଲାଣ୍ଡପର ବାସେଲରେ ଖେଳାଯାଉଥିବା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଷ୍ଟାର ଭାରତୀୟ ସର୍ଟଲର ସିନ୍ଧୁ, କାନାଡାର ମିଚେଲେ ଲି ଙ୍କୁ କ୍ବାର୍ଟର-ଫାଇନାଲ ମ୍ୟାଚ୍‌ରେ ୨୧-୧୦, ୨୧-୧୯ ସିଧାସଳଖ ସେଟ୍‌ରେ ହରାଇଛନ୍ତି ।

ଏହାପୂର୍ବରୁ ସିନ୍ଧୁ ତୁର୍କୀର ନେସଲିଆନ ୟିଗିଟଙ୍କୁ ସୁଇସ ଓପନର ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ହରାଇ କ୍ବାର୍ଟର-ଫାଇନାଲରେ ସ୍ଥାନ ହାସଲ କରିଥିଲେ । ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ କିଦାମ୍ବି ଶ୍ରୀକାନ୍ତ ଡେନମାର୍କର ଆଣ୍ଡର୍ସ ଆଣ୍ଟୋସନଙ୍କ ସହ ମୁହାଁମୁହିଁ ହେବେ । ସେହିପରି ଅଶ୍ବିନ ପୋନ୍ନାପ୍ପା ଓ ଏନ ସିକି ରେଡ୍ଡି ମାଲେସିୟା ଯୋଡିଙ୍କୁ ଭେଟିବେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.