ପୁରୀ: ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ ଉଦଯାପିତ ହୋଇଛି । ଏଥିରେ ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିଆନ ହୋଇଛି । ଚମ୍ପିଆନ୍ସ ଟିମକୁ ୧୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିଆନ ହୋଇ ୧୦ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିଲେ । ପୁରୁଷ ବର୍ଗର ରନରସ୍ ଅପ କିଟ ୟୁନିଭରସିଟି ଓ ମହିଳା ରନରସ୍ ଅପ ବାଲେଶ୍ବର ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା
ପୁରୁଷ ବର୍ଗରେ ଜଗତସିଂହପୁର ଓ ମହିଳା ବର୍ଗରେ ପୁରୀ ୩ୟ ଏବଂ କଟକର ପୁରୁଷ ଦଳ ଓ ଜଗତସିଂହପୁର ମହିଳା ଦଳ ୪ର୍ଥ ସ୍ଥାନ ହାସଲ କରିଥିବାରୁ ଟ୍ରଫି ସହ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ପୁରୁଷ ବର୍ଗରେ ୫ମ ସୁନ୍ଦରଗଡ,୬ଷ୍ଠ ଗଜପତି,୭ମ ପୁରୀ ,୮ମ ଢେ଼ଙ୍କାନାଳ, ମହିଳା ବର୍ଗରେ ୫ ମ କେନ୍ଦୁଝର,୬ଷ୍ଠ କଟକ,୭ମ ଗଞ୍ଜାମ ଓ ୮ମ ସୁନ୍ଦରଗଡ ହୋଇ ଥିବାରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ପୁରୁଷ ବର୍ଗର ଶ୍ରେଷ୍ଠ ଖେଳାଳି ଭାବେ ବାଲେଶ୍ବରର ଲିପୁନ ମୁଖୀ, ବେଷ୍ଟ ରନରସ କିଟର ସଞ୍ଜିତ ଚଟମ୍ବା, ବେଷ୍ଟ ଚେଜର ଭାବେ କିଟର ପବନି ଶବର, ମହିଳା ଦଳର ଶ୍ରେଷ୍ଠ ଖେଳାଳି କିଟର ଅର୍ଚ୍ଚନା ମାଝୀ, ବେଷ୍ଟ ରନର ଭାବେ କିଟର କାଦମ୍ବିନୀ ମାଝୀ, ବେଷ୍ଟ ଚେଜର ଭାବେ କିଟର ଶୁଭଶ୍ରୀ ସିଂ ଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ।
ଇଟିଭି ଭାରତ, ପୁରୀ