ETV Bharat / sports

1000 ଜିଲ୍ଲା ସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରିବ କ୍ରୀଡା ମନ୍ତ୍ରଣାଳୟ

author img

By

Published : Jun 19, 2020, 4:29 PM IST

ଏହି କେନ୍ଦ୍ରଗୁଡିକ ପୂର୍ବତନ ଚାମ୍ପିଆନ କିମ୍ବା କୋଚ୍ ଦ୍ବାର ପରିଚାଳିଥ ହେବ । ପୂର୍ବତନ ଚାମ୍ପିଆନ କିମ୍ବା କୋଚ୍ ମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି ।

sports-ministry-to-establish-1000-district-level-khelo-india-centres
1000 ଜିଲ୍ଲା ସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରିବ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଥଲେଟଙ୍କୁ ତୃଣମୂଳ ସ୍ତରର ତାଲିମ ପାଇଁ ତଥା କ୍ରୀଡା ଇକୋସିଷ୍ଟମରେ ସୁଦୃଢ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ 1000 ଖେଲୋ ଇଣ୍ଡିଆ ସେଣ୍ଟର (KIC) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ସମଗ୍ର ଦେଶରେ ଜିଲ୍ଲା ସ୍ତର ଏହା ପ୍ରତିଷ୍ଠା ହେବ।

ତେବେ ଏହି କେନ୍ଦ୍ରଗୁଡିକ ପୂର୍ବତନ ଚାମ୍ପିଆନ କିମ୍ବା କୋଚ୍ ଦ୍ବାର ପରିଚାଳିଥ ହେବ । ପୂର୍ବତନ ଚାମ୍ପିଆନ କିମ୍ବା କୋଚ୍ ମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନେ ନିଜ ନିଜ ଏକାଡେମୀ ପ୍ରତିଷ୍ଠା କରିବାକୁ କିମ୍ବା KIC ରେ କୋଚ୍ ଭାବରେ କାର୍ଯ୍ୟ କରିବାକୁ ଯୋଗ୍ୟ ଅଟନ୍ତି ।

ପ୍ରଥମ ବର୍ଗର ଆଥଲେଟ୍ ଯେଉଁମାନେ ବିବେଚିତ ହେବେ ସେମାନେ ଏକ ସ୍ବୀକୃତିପ୍ରାପ୍ତ NSF କିମ୍ବା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ । ଦ୍ବିତୀୟ ବର୍ଗର ଆଥଲେଟମାନେ ସିନିୟର ନ୍ୟାସନାଲ ଚାମ୍ପିଅନସିପରେ ପ୍ରତିଯୋଗିତା ପାଇଁ ମନୋନାତ ହେବେ ।

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, "ଏହି ନିଷ୍ପତ୍ତି ସେହି ଦିଗରେ ଏକ ପଦକ୍ଷେପ । ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଜାତୀୟ ସ୍ତରରେ ଖେଳୁଥିବା ବ୍ୟକ୍ତିଙ୍କର ଜୀବନ ଏବଂ ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ । "

ତୀରନ୍ଦାଜ, ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ୍, ସାଇକେଲ ଚଲାଇବା, ଫେନସିଂ, ହକି, ଜୁଡୋ, ରୋଇଂ, ଶୁଟିଂ, ସନ୍ତରଣ, ଟେବୁଲ୍ ଟେନିସ୍, ଭାରୋତ୍ତୋଳନ, କୁସ୍ତି ସହିତ 14 ଟି ଆଇଡେଣ୍ଟିଫାଏଡ୍ ସ୍ପୋର୍ଟସ୍ ଫର ଏକ୍ସଲେନ୍ସ ଇନ୍ ଅଲିମ୍ପିକ୍ସ (ISEO)ରେ KIC ରେ ତାଲିମ ପ୍ରଦାନ କରାଯିବ | ଫୁଟବଲ୍ ଏବଂ ପାରମ୍ପାରିକ କ୍ରୀଡା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । କୋଚ୍, ସପୋର୍ଟ ଷ୍ଟାଫ୍, ଯନ୍ତ୍ରପାତି କ୍ରୟ, କ୍ରୀଡା କିଟ୍, ଉପଯୋଗୀ ସାମଗ୍ରୀ, ପ୍ରତିଯୋଗିତା ଏବଂ ଇଭେଣ୍ଟରେ ଅଂଶଗ୍ରହଣ କରି ଅତୀତର ଚାମ୍ପିଅନ୍ ଆଥଲେଟଙ୍କ ପାରିଶ୍ରମିକ ପାଇଁ ପ୍ରତ୍ୟେକ KIC କୁ ଅନୁଦାନ ବୃଦ୍ଧି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.