ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ମନ୍ତବ୍ୟ ପରେ ମନ୍ତବ୍ୟ ବଦଳାଉଛନ୍ତି ଦୂତି । ପ୍ରଥମେ ଅଲମ୍ପିକ୍ ଅଭ୍ୟାସ ପାଇଁ କାର ବିକିବା କଥା ସୋସିଆଲ ମଡିଆରେ ପୋଷ୍ଟ କରି ପରେ ପୋଷ୍ଟ ଡିଲିଟ୍ କରିଥିଲେ ।
ତେବେ ଗତକାଲି (ବୁଧବାର) ଟ୍ବିଟରରେ କାର ବିକ୍ରି ନେଇ ବିବୃତି ରଖିଥିଲେ ଦୂତି । ଆଉ ଏପଟେ ଗୁରୁବାର ଦୂତିଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛି ଓଡିଶା ଯୁବ ଓ କ୍ରୀଡା ବ୍ୟାପାର ବିଭାଗ । ଗତ 2015 ମସିହାରୁ ଦୂତିଙ୍କୁ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ସମୟରେ ସମୁଦାୟ 4.9 କୋଟି ଟଙ୍କା ଦିଆଯାଇ ସାରିଛି ବୋଲି କ୍ରୀଡା ବିଭାଗ ସ୍ପଷ୍ଟ କରିଛି । ତେବେ କ୍ରୀଡା ବିଭାଗର ସ୍ପଷ୍ଟୀକରଣ ପରେ ଦୂତିଙ୍କ ଅଭ୍ୟାସ ଖର୍ଚ୍ଚ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ସୋସିଆଲ ମିଡିଆ ଓ ଗଣାମଧ୍ୟମରେ ଦୂତିଙ୍କ ଏଭଳି ବୟାନ ନେଇ ଆଲୋଡନ ସୃଷ୍ଟି ହେବା ପରେ ଦୂତିଙ୍କୁ ଦିଆଯାଇଥିବା ସରକାରୀ ଅନୁଦାନର ପୁରା ବିବରଣୀ ରଖିଛି କ୍ରୀଡା ବିଭାଗ ।

- 1. ଏସୀୟ ଗେମ୍ସ 2018 ରେ ଜିତିଥିବା ପଦକ ପାଇଁ ଆର୍ଥିକ ପ୍ରୋତ୍ସାହନ ଭାବରେ 3 କୋଟି ଟଙ୍କା |
- 2. 2015-19 ମଧ୍ୟରେ ତାଲିମ ଏବଂ ଆର୍ଥିକ ସହାୟତା ପାଇଁ 30 ଲକ୍ଷ ଟଙ୍କା |
- 3. ଟୋକିଓ ଅଲିମ୍ପିକ୍ସ ତାଲିମ ସହାୟତା ପାଇଁ 50 ଲକ୍ଷ ଟଙ୍କା (02/08/2019 ଏବଂ 27/12/2019) ରେ ଦୁଇଟି କିସ୍ତିରେ ପ୍ରଦାନ ।
- 4. ରାଜ୍ୟ ସରକାର ଦୂତି ଚାନ୍ଦଙ୍କୁ ଓଡିଶା ଖଣି ନିଗମ (PSUର ଗୋଲ୍ଡ କାଟାଗୋରୀ) ରେ ଗ୍ରୁପ୍-ଏ ସ୍ତରର ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି । ସେ ବର୍ତ୍ତମାନ ମାସିକ 84 ହଜାର 604 ଟଙ୍କା (ଜୁନ୍ 2020) ଦରମା ପାଉଛନ୍ତି । ତେବେ ଅଭ୍ୟାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ତାଙ୍କୁ ଅଫିସ ଅସିବା ଆଶ୍ୟକ ନୁହେଁ ବୋଲି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି । ତେଣୁ ସେ ନିଯୁକ୍ତି ପାଇବା ଦିନଠାରୁ ତାଙ୍କୁ କୌଣସି ଅଫିସିଆଲ୍ସ କାମ ଦିଆଯାଇ ନାହିଁ ।
- 5. ତାଲିମ ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଁ OMC ଦୂତି ଚାନ୍ଦଙ୍କୁ 29 ଲକ୍ଷ ଟଙ୍କା ପ୍ରଦାନ କରିଛି ।
- 6. ରାଜ୍ୟ ସରକାର/ OMC ପକ୍ଷରୁ ଦୂତି ଚାନ୍ଦଙ୍କୁ 2015ରୁ ମୋଟ 4.09 କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
- 7. ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI) ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (MYAS) ଓ ଭାରତ ସରକାର ମଧ୍ୟ ଆଥଲେଟ୍ସଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେଉଛନ୍ତି ।
ସୂଚନାଥାଉ କି, ଦୂତି ବୁଧବାର ଟ୍ବିଟରରେ ଏକ ବିବୃତ୍ତି ଜାରି କରି କହିଥିଲେ, ଯେ ତାଙ୍କ ପାଖରେ ତାଙ୍କ କାରକୁ ପରିଚାଳନା କରିବାର ସାଧନ ନାହିଁ ।
-
Statement. pic.twitter.com/AHEP3q50Ds
— Dutee Chand (@DuteeChand) July 15, 2020 " class="align-text-top noRightClick twitterSection" data="
">Statement. pic.twitter.com/AHEP3q50Ds
— Dutee Chand (@DuteeChand) July 15, 2020Statement. pic.twitter.com/AHEP3q50Ds
— Dutee Chand (@DuteeChand) July 15, 2020
‘‘ମୁଁ ଏହି କାରକୁ ବ୍ୟବହାର କରିବାରେ ସକ୍ଷମ ନୁହେଁ ଓ ଏହାର ପରିଚାଳନା ମୋ ପକ୍ଷରେ ବ୍ୟୟ ସାପେକ୍ଷ । ମୁଁ କେବେ ବି କହି ନାହିଁ ଯେ ମୁଁ ଟ୍ରେନିଙ୍ଗ ପାଇଁ ଅର୍ଥ ଦରକାର କାରଣରୁ ମୋ କାର ବିକ୍ରି କରୁଛି । ଓଡ଼ିଶା ସରକାର ଓ ମୋ ଖୁବ ଆପଣାର କିଟ ବିଶ୍ବବିଦ୍ୟାଳୟ ମତେ ସବୁବେଳେ ସାହାଯ୍ୟ କରିଛନ୍ତି । ମୋ ଟ୍ରେନିଙ୍ଗ ଖୁବ ବ୍ୟୟ ସାପେକ୍ଷ ଏଥିରେ କୌଣସି ଦ୍ବିମତ ନାହିଁ । ମୁଁ ଏହା କହିବାକୁ ଚାହୁଁଛି ଯେ ସେହି ଟଙ୍କା ମୋ ଟ୍ରେନିଙ୍ଗ ପାଇଁ ବ୍ୟବହାର ହୋଇ ପାରିବ । ଆଉ କୋରୋନା ପରେ ମତେ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିଲେ ପୁଣି ଥରେ କାର ହେଇ ପାରିବ । କାରଣ କାର ଅପେକ୍ଷା କରି ପାରିବ ମୋ ଟ୍ରେନିଙ୍ଗ ନୁହେଁ । ମୁଁ ଓଡ଼ିଶା ସରକାର କିମ୍ବା କିଟ ଉପରେ ବୋଝ ହେବାକୁ ଚାହୁଁନାହିଁ । ତେବେ କାର ବିକ୍ରି ଦ୍ବାରା ମୁଁ ନିଜକୁ ସାହାଯ୍ୟ କରିବା ସହ ଏହି ମହାମାରୀ ସମୟରେ ସରକାର ଓ କିଟର ଉପରେ ବୋଝ ମଧ୍ୟ କମ କରି ପାରିବି । ସରକାର ମତେ ନିଶ୍ଚିୟ ସାହାଯ୍ୟ କରିବେ କିନ୍ତୁ ମୁଁ ମୋ ନିଜ ପାଇଁ କଣ କିଛି କରି ପାରିବି ନାହିଁ ? ଗଣମାଧ୍ୟମ ଏହି ବିଭ୍ରାନ୍ତି ସୃଷ୍ଟି କରିଛି ।’’
ଏହାସହ ଦୂତି କହିଛନ୍ତି ଯେ, ‘‘ଅନ୍ୟାନ୍ୟ ଖେଳାଳି ଯାହାଙ୍କୁ କିଟ ପରିଚୟ ଦେଇଛି ସେମାନଙ୍କୁ ଛାଡି ବାରମ୍ବାର ମତେ ମୋ ପାରିବାରିକ ସମସ୍ୟା ନେଇ ଟାର୍ଗେଟ କରାଯାଉଛି ।’’
ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ