ନୂଆଦିଲ୍ଲୀ: ରିଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ଭାରତୀୟ ଟିମରେ ରହିଛନ୍ତି । 65 କିଲୋଗ୍ରାମ ଫ୍ରୀଷ୍ଟାଇଲ ଇଭେଣ୍ଟରେ ଆସନ୍ତା ମାସରେ କାଜାଖାସ୍ତାନରେ ଖେଳାଯିବାକୁ ଥିବା ଏସିଆନ କୁସ୍ତି ଚମ୍ପିଆନସିପରେ ଲଢେଇ କରିବେ । ଏହି ପ୍ରତିଯୋଗିତା ପାଇଁ ଭାରତୀୟ କୁସ୍ତି ମହାସଂଘ ଭାରତୀୟ ଟିମ ଘୋଷଣା କରିଛି ।
ଶନିବାର ସାଇ ସେଣ୍ଟର ଲକ୍ଷ୍ନୌରେ ନ୍ୟାସନାଲ ଚୟନ ଟ୍ରାଏଲ ଅନୁଷ୍ଠିତ ହୋଇଥିଲା । ଦିବ୍ୟା କାକରଣ 72 କିଲୋଗ୍ରାମ, ସରିତା ମୋର 59 କିଲୋଗ୍ରାମ ଓ ଓ ପିଙ୍କି 55 କିଲୋଗ୍ରାମ ବର୍ଗରେ ଚୟନ ହୋଇଛନ୍ତି ।
ଏପ୍ରିଲ 9ରୁ 18 ପର୍ଯ୍ୟନ୍ତ ଏସିଆନ କୁସ୍ତି ଚମ୍ପିଆନସିପ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ