ETV Bharat / sports

ଫୋକସରେ ଅଲମ୍ପିକ ଟିକଟ, 3 ଭାରତୀୟ ସନ୍ତରଣକାରୀ ଦୁବାଇରେ ନେବେ ଟ୍ରେନିଂ - ଅଲମ୍ପିକ ଟିକଟ ହାସଲ ଲକ୍ଷ୍ୟରେ ଭାରତୀୟ ସନ୍ତରଣକାରୀ

ଅଲମ୍ପିକ ଟିକେଟ ହାସଲ ଅପେକ୍ଷାରେ ଥିବା ଭାରତର 3 ସନ୍ତରଣକାରୀ ବୀର ଧଓ୍ବଲ ଖାଡେ, ଶ୍ରୀହରି ନଟରାଜ ଓ କୁଶାଗ୍ର ରାଓ୍ବତ ଆଗମୀ ମାସରୁ ଦୁବାଇରେ ନିଜର ଟ୍ରେନିଙ୍ଗ ଆରମ୍ଭ କରିବେ ।

india
india
author img

By

Published : Aug 15, 2020, 4:56 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରାସର ଆତଙ୍କ ଯୋଗୁଁ ସମସ୍ତ କ୍ରୀଡାବିତ ନିଜର ମ୍ୟାଚ ଅଭ୍ୟାସକୁ ସ୍ଥଗିତ ରଖିଥିଲେ । ବର୍ତ୍ତମାନ କିଛିଟା କଟକଣା କୋହଳ ପରେ ପୁଣି ମୈଦାନକୁ ଫେରିଲାଣି ଗେମ । ତେବେ ଅଲମ୍ପିକର ଟିକେଟ ହାସଲ ଅପେକ୍ଷାରେ ଥିବା ଭାରତର 3 ସନ୍ତରଣକାରୀ ବୀର ଧଓ୍ବଲ ଖାଡେ, ଶ୍ରୀହରି ନଟରାଜ ଓ କୁଶାଗ୍ର ରାଓ୍ବତ ଆଗମୀ ମାସରୁ ଦୁବାଇରେ ନିଜର ଟ୍ରେନିଂ ଆରମ୍ଭ କରିବେ ।

ସ୍ପୋର୍ଟ୍ସ ଅଥରୋଟି ଅଫ ଇଣ୍ଡିଆ (ସାଇ) ଶନିବାର ଦିନ କହିଛି ଯେ, ଭାରତର 3 ଖେଳାଳି ଆକ୍ବା ନେସନ ସ୍ବିମିଙ୍ଗ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ । ସେମାନଙ୍କ ସହ ଜଣେ କୋଚ ରହିବେ । ଟୋକିଓ ଅଲମ୍ପିକ ପାଇଁ ଏହି ଅଭ୍ୟାସରେ ପ୍ରାୟ 35ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଖାଡେ 50ମିଟର ଫ୍ରିଷ୍ଟାଇଲ, ନଟରାଜ 100ମିଟର ବ୍ୟାକଷ୍ଟ୍ରୋକ ଓ ରାଓ୍ବତ 400ମିଟର ଫ୍ରିଷ୍ଟାଇଲରେ ଅଲମ୍ପିକର 'ବି କ୍ବାଲିଫିକେସନ' ମାର୍କ ହାସଲ କରି ସାରିଛନ୍ତି । ବର୍ତ୍ତମାନ ସେମାନେ ଏ କ୍ବାଲିଫିକେସନ ମାର୍କ ହାସଲ ପାଇଁ ଚେଷ୍ଟା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.