ETV Bharat / sports

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଟ୍ବିଟରରେ ପୋଷ୍ଟ କଲେ ଋଷଭ ପନ୍ତ, କଠିନ ସମୟରେ ସପୋର୍ଟ ପାଇଁ ଦେଲେ ଧନ୍ୟବାଦ

ଦୁର୍ଘଟଣାଗ୍ରସ୍ତ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ବର୍ତ୍ତମାନ ମୁମ୍ବାଇସ୍ଥିତ କୋକିଳାବେନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହାରି ଭିତରେ ପନ୍ତ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ କରିଛନ୍ତି । ଟ୍ବିଟ କରି ନିଜର ସର୍ଜରୀ ସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହାସହ ଏଭଳି କଠିନ ସମୟରେ ସହାୟତା ପାଇଁ ସେ ବିସିସିଆଇକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଟ୍ବିଟରରେ ପୋଷ୍ଟ କଲେ ଋଷଭ ପନ୍ତ
ଟ୍ବିଟରରେ ପୋଷ୍ଟ କଲେ ଋଷଭ ପନ୍ତ
author img

By

Published : Jan 17, 2023, 6:47 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଗତ ଡିସେମ୍ବର ମାସରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କର କାର ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଛନ୍ତି । ଟ୍ବିଟ ମାଧ୍ୟମରେ ସେ ତାଙ୍କର ସର୍ଜରୀ ସଫଳ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ କଠିନ ସମୟରେ ସହଯୋଗ ପାଇଁ ସମସ୍ତ ପ୍ରଶଂସକ ତଥା ବିସିସିଆଇ ଓ ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ସେ ଅତିଶୀଘ୍ର ଦଳକୁ ଫେରିବାକୁ ମଧ୍ୟ ଚାହୁଁଥିବା କହିଛନ୍ତି ।

  • I may not have been able to thank everyone individually, but I must acknowledge these two heroes who helped me during my accident and ensured I got to the hospital safely. Rajat Kumar & Nishu Kumar, Thank you. I'll be forever grateful and indebted 🙏♥️ pic.twitter.com/iUcg2tazIS

    — Rishabh Pant (@RishabhPant17) January 16, 2023 " class="align-text-top noRightClick twitterSection" data=" ">

ଟ୍ବିଟରରେ ଋଷଭ ପନ୍ତ ଲେଖିଛନ୍ତି, "ଏଭଳି ସମୟରେ ସମସ୍ତଙ୍କ ସମର୍ଥନ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଆଭାର ବ୍ୟକ୍ତ କରୁଛି । ମୋର ସର୍ଜରୀ ସଫଳ ହେଉଛି । ମୁଁ ଏବେ ଧୀରେଧୀରେ ସୁସ୍ଥ ହେଉଛି ଏବଂ ଭବିଷ୍ୟତରେ ଯେକୌଣସି ପରିସ୍ଥିତି ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି । BCCI, ଜୟ ଶାହା ଓ ସରକାରୀ ଅଧିକାରୀ ମାନଙ୍କୁ ଧନ୍ୟବାଦ । ହୃଦୟର ଗଭୀରତମ ପ୍ରଦେଶରୁ ମୋର ସମସ୍ତ ପ୍ରଶଂସକ, ସାଥି ଖେଳାଳୀ, ଡାକ୍ତର ଓ ସହଯୋଗୀଙ୍କୁ ମଧ୍ୟ ସେମାନଙ୍କର ଦୟାଳୁ କଥା ଓ ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଦେଉଛି । ସମସ୍ତଙ୍କୁ ପୁଣିଥରେ ମୈଦାନରେ ଦେଖିବା ପାଇଁ ଇଛା ହେଉଛି ।"

  • From the bottom of my heart, I also would like to thank all my fans, teammates, doctors and the physios for your kind words and encouragement. Looking forward to see you all on the field. #grateful #blessed

ମୁମ୍ବାଇସ୍ଥିତ କୋକିଳାବେନ ହସ୍ପିଟାଲରେ ଋଷଭ ପନ୍ତଙ୍କର ଲିଗାମେଣ୍ଟ ଅସ୍ତ୍ରୋପଚାର ହୋଇଛି । ଆସନ୍ତା ୬ ସପ୍ତାହ ମଧ୍ୟରେ ତାଙ୍କର ଅନ୍ୟ ଏକ ଅସ୍ତ୍ରୋପଚାର ହେବା ନେଇ ଆଶା କରାଯାଉଛି । ଏହାପରେ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ବିଶ୍ରାମର ଆବଶ୍ୟକତା ପଡ଼ିପାରେ ବୋଲି ଆକଳନ କରାଯାଉଛି । ସେଥିପାଇଁ ସେ ଆସନ୍ତା IPL ଓ ଏସିଆ କପ ସହିତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ଦଳରୁ ବାହାରେ ରହିବା ଏକ ପ୍ରକାର ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.