ETV Bharat / sports

PKL Auction 2021: ମହଙ୍ଗା ଖେଳାଳି ଭାବେ ପ୍ରଦୀପ ନରୱାଲ ୟୁପି ଯୋଦ୍ଧାରେ ସାମିଲ - pro kabaddi league auction 2021

ପ୍ରୋ କବାଡ଼ି ଲିଗ୍ ଅଷ୍ଟମ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ୨୦୨୧ ନିଲାମ ପ୍ରକ୍ରିୟାରେ ରାଇଡର ପ୍ରଦୀପ ନରୱାଲ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣା ହୋଇଛନ୍ତି । ଅଧିକ ପଢ଼ନ୍ତୁ...

PKL Auction 2021: ମହଙ୍ଗା ଖେଳାଳି ଭାବେ ପ୍ରଦୀପ ନରୱାଲ ୟୁପି ଯୋଦ୍ଧାରେ ସାମିଲ

author img

By

Published : Aug 31, 2021, 3:46 PM IST

ମୁମ୍ବାଇ: ପ୍ରୋ କବାଡ଼ି ଲିଗ୍ ଅଷ୍ଟମ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ୨୦୨୧ ନିଲାମ ପ୍ରକ୍ରିୟାରେ ରାଇଡର ପ୍ରଦୀପ ନରୱାଲ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣା ହୋଇଛନ୍ତି । ୧.୬୫ କୋଟି ଟଙ୍କାରେ ପ୍ରଦୀପ ନରୱାଲଙ୍କୁ ୟୁପି ଯୋଦ୍ଧା ନିଜ ଦଳରେ ସାମିଲ କରିଛି । ସେହିଭଳି ସିଦ୍ଧାର୍ଥ ଦେଶାଇଙ୍କୁ ମଧ୍ୟ ୧.୩୦ କୋଟିରେ କିଣିଛି ତେଲୁଗୁ ଟାଇଟାନସ ।

ତେବେ ଶକ୍ତିଶାଳୀ ରାଇଡର ତଥା ପ୍ରୋ କବାଡ଼ି ଲିଗର ପୋଷ୍ଟର ବୟ୍ କୁହାଯାଉଥିବା ରାହୁଲ ଚୌଧୁରୀଙ୍କୁ ପୁନେରୀ ପଲଟନ ମାତ୍ର ୪୦ ଲକ୍ଷ ଟଙ୍କାରେ କିଣିଛି । ତେବେ ଚଳିତ ବର୍ଷ ଏହି ଲିଗ୍ କେବେ ଆରମ୍ଭ ତାହାକୁ ନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ । ନିଲାମ ପ୍ରକ୍ରିୟା ଶେଷ ହେବାପରେ ଲିଗ କେବେ ଆରମ୍ଭ ହେବ ତାହା କର୍ତ୍ତୃପକ୍ଷ ଜଣାଇବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ମୁମ୍ବାଇରେ ଜାରି ରହିଛି ଏହି ନଲାମ ପ୍ରକ୍ରିୟା ।

ଅନ୍ୟମାନଙ୍କ ମଧ୍ୟରେ ରତନ କେ ୨୫ ଲକ୍ଷ ଟଙ୍କାରେ ଗୁଜୁରାଟ ଜିଆଣ୍ଟରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରର ଆକାଶ ପିକାଲମୁଣ୍ଡେ ୧୭ ଲକ୍ଷ ଟଙ୍କାରେ ବେଙ୍ଗଲ ୱାରିଅରରେ ସାମିଲ ହୋଇଛନ୍ତି । ସୁନିଲ ସିଦ୍ଧଗବଲୀ ଓ ଅଜିତ ୟୁ-ମୁମ୍ବା ଦଳରେ ସାମିଲ ହୋଇଛଠନତ୍ତି । ସନ୍ଦୀପ ଓ ଶୁଭମ ସିନ୍ଦେ ପାଟନା ପଲଟନରେ ସାମିଲ ଅଛନ୍ତି । ଦର୍ଶନ ଜେ ବେଙ୍ଗଲ ୱାରିଅରରେ ସାମିଲ ହୋଇଥିବା ବେଳେ ଆଦର୍ଶ ଟି ତେଲୁଗୁ ଟାଇଟନରେ ସାମିଲ ହୋଇଛନ୍ତି । ଚଳିତ ସିଜିନରେ ଅଙ୍କିତଙ୍କୁ ବେଙ୍ଗାଲୁରୁବୁଲ୍ସରେ ଦେଖିବାକୁ ମିଳିବ । ସେପଟୋ କାମବିର ମଧଅୟ ପୁନେରା ପଲଟନ ପକ୍ଷରୁ ନିଜର ଜଲୱା ଦେଖାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.