ETV Bharat / sports

ବିଳମ୍ବରେ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ ନିଷ୍ପତ୍ତିକୁ PCIର ସ୍ବାଗତ

ପାରାଲମ୍ପିକ୍‌ସ ଶେଷ ପରେ ଅନୁଷ୍ଠିତ ହେବ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ । ନିଷ୍ପତ୍ତିକୁ ଭାରତୀୟ ପାରାଲମ୍ପିକ୍‌ସ କମିଟିର ସ୍ବାଗତ (PCI) । ଅଧିକ ପଢନ୍ତୁ...

author img

By

Published : Aug 14, 2021, 7:18 AM IST

Paralympic Committee of India hails move to delay national sports awards function
ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ ବିଳମ୍ବ ନିଷ୍ପତ୍ତିକୁ PCI ର ସ୍ବାଗତ

ନୂଆଦିଲ୍ଲୀ: ଅଗଷ୍ଟ ୨୪ରୁ ଟୋକିଓରେ ପାରାଲମ୍ପିକ ଗେମ୍ସ ଆରମ୍ଭ ହେଉଥିବାବେଳେ ଭାରତୀୟ ପାରା-ଆଥଲେଟ୍‌ଙ୍କ ପାଇଁ ରହିଛି ଖୁସି ଖବର । ଟୋକିଓ ପାରାଲମ୍ପିକ୍‌ରେ ପାରା-ଆଥଲେଟ୍‌ଙ୍କ ପ୍ରଦର୍ଶନ ଭିତ୍ତିରେ ପୁରସ୍କୃତ କରିବେ ଭାରତ ସରକାର । ଫଳରେ ପାରାଲମ୍ପିକ୍‌ ଶେଷ ପର୍ଯ୍ୟନ୍ତ ଅପେକ୍ଷା ସହ ଅଗଷ୍ଟ ୨୯ରେ ହେବାକୁ ଥିବା ଜାତୀୟ କ୍ରୀଡା ପୁରସ୍କାର ଉତ୍ସବକୁ କିଛି ସପ୍ତାହ ଘୁଞ୍ଚାଇ ଦିଆଯାଇଛି । କ୍ରୀଡା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଭାରତୀୟ ପାରାଲମ୍ପିକ୍‌ସ କମିଟି(PCI) ।

୨୦୧୬ରେ ଅନେକ ପାରା-ଆଥଲେଟ୍‌ସ କ୍ରୀଡା ପୁରସ୍କାରରୁ ବାଦ ପଡିଥିଲେ, କାରଣ ରିଓ ପାରାଲମ୍ପିକ୍‌ସ ଶେଷ ହେବାର ବହୁତ ପୂର୍ବରୁ ଏହି ଉତ୍ସବ ଅନୁଷ୍ଠିତ ହୋଇସାରିଥିଲା । ଦୁଇଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ରିଓ ପାରାଲମ୍ପିକ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଭାରତ ।

ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର କମିଟି ଗଠନ ହୋଇସାରିଛି । ପାରାଲମ୍ପିକ୍‌ସରେ ପଦକ ବିଜେତାଙ୍କୁ ପୁରସ୍କୃତ କରିବାକୁ ସରକାର ନିଷ୍ପତ୍ତି କରିଛନ୍ତି । ଫଳରେ ପ୍ରତିଯୋଗିତା ଶେଷ ହୋଇନଥିବାରୁ ଜାତୀୟ କ୍ରୀଡା ପୁରସ୍କାର ଜାତୀୟ କ୍ରୀଡା ଦିବସ ଅଗଷ୍ଟ ୨୯ ପରିବର୍ତ୍ତେ ବିଳମ୍ବରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.