ସାନ ବେନିଟୋ: ଅଲମ୍ପିକ ସ୍ବର୍ଣ୍ଣ ବିଜେତା ଆମେରିକୀୟ ଆଥଲେଟ ବବି ଜୋଏ ମରୋଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
1956 ମେଲବୋର୍ଣ୍ଣ ଅଲମ୍ପିକ୍ସରେ 3ଟି ସ୍ବର୍ଣ୍ଣ ପଦକ ହାତେଇଥିଲେ ତେକ୍ସାସ ଧାବକ ମରୋ । ନିଜ ସମୟର ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧାବକ ଥିଲେ ମରୋ ।
ମେଲବୋର୍ଣ୍ଣ ଅଲମ୍ପିକ୍ସରେ ସେ ଉଭୟ 100 ଓ 200 ମିଟର ଇଭେଣ୍ଟରେ ସଫଳତା ହାସଲ କରିଥିଲେ । 200ମିଟର ଦୌଡକୁ 20.6 ସେକେଣ୍ଡରେ ଶେଷ କରି ବିଶ୍ବରେକର୍ଡ କରିଥିଲେ । ଏଥିସହିତ ଆମେରିକାକୁ 400 ମିଟର ରିଲେ ଟିମକୁ ଚମ୍ପିଆନ କରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ