ନୂଆଦିଲ୍ଲୀ: ଭାରତୀୟ ମହିଳା ବକ୍ସିଂ ଷ୍ଟାର ମେରୀ କମ ଅଲମ୍ପିକ ସ୍ଥଗିତ ଘୋଷଣାରେ ଚକିତ ହୋଇଥିଲେ ବୋଲି କହିଛନ୍ତି । ଟୋକିଓ ଅଲମ୍ପିକ୍ସ ଚଳିତ ବର୍ଷ 24 ଜୁଲାଇରୁ 9 ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର କୋଭିଡ-19 କାରଣରୁ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇଥିଲା । ପରେ ପରିବର୍ତ୍ତିତ ସୂଚୀରେ 2021 ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବ ।
ମେରୀ କମ, ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ବାର୍ତ୍ତାଳାପରେ ଏହା କହିଛନ୍ତି । ସ୍ବାମୀଙ୍କୁ ନିଜର ଶକ୍ତି ବୋଲି କହିଛନ୍ତି ମେରୀ ।
ଲଣ୍ଡନ ଅଲମ୍ପିକରେ କାଂସ୍ୟ ପଦକ ବିଜେତା ମେରୀ, ସ୍ବାମୀ ସବୁ ପରିସ୍ଥିତିରେ ସାଥ ଦେଇଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ