ETV Bharat / sports

National Weight Lifting: ରୌପ୍ୟ ଜିତିଲେ ଶିବାନୀ

author img

By

Published : Mar 31, 2022, 8:31 AM IST

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ କିଟରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପରେ ୮୭ କିଲୋ ଜୁନିୟର ମହିଳା ବର୍ଗରେ ଓଡିଶାକୁ ରୌପ୍ୟ ପଦକ ମିଳିଛି । ଅଧିକ ପଢନ୍ତୁ

ରୌପ୍ୟ ଜିତିଲେ ଶିବାନୀ
ରୌପ୍ୟ ଜିତିଲେ ଶିବାନୀ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ କିଟରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପରେ ୮୭ କିଲୋ ଜୁନିୟର ମହିଳା ବର୍ଗରେ ଓଡିଶାକୁ ରୌପ୍ୟ ପଦକ ମିଳିଛି । ଓଡିଶାରୁ ପ୍ରତିନିଧିତ୍ବ କରୁଥିବା ଶିବାନୀ ୟାଦବ ସ୍ନାଚରେ ୭୫ କିଲୋ, କ୍ଲିନ ଆଣ୍ଡ ଜର୍କରେ ୮୫ କିଲୋ ସହ ମୋଟ ୧୬୦ କିଲୋ ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ମହାରାଷ୍ଟ୍ରର ଯୋଗିତା ଖେଦକର ମୋଟ ୧୭୪ କିଲୋ ଉଠାଉ ସ୍ବର୍ଣ୍ଣ ଓ ରୁଚିକା ଧାରେ ବ୍ରୋଞ୍ଜ ପଦକ ପାଇଛନ୍ତି ।

Shivani won silver
Shivani won silver

87 କେଜି ସିନୟର ମହିଳା ବର୍ଗରେ ଆରଏସପିବିର ବି.ଏନ.ଉଷା ମୋଟ 203 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ, ମହାରାଷ୍ଟ୍ରର କୋମଲ ୱାକଲେ ମୋଟ 202 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ମୋଟ 201କେଜି ଉତ୍ତୋଳନ ଆସାମର ମଧୁସମ୍ରିତା ବରୁହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 102 କେଜି ୟୁଥ ପୁରୁଷ ବର୍ଗରେ ଚଣ୍ଡିଗଡ଼ର ପରମବୀର ସିଂ ମୋଟ 171 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାଜସ୍ଥାନର କେଶବ ବିଶା ମୋଟ 263 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଛତିଶଗଡ଼ର ନବଜୋତ ସିଂହ ଲାଲ ମୋଟ 261 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 81 କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ.ମାର୍ଟିନା ଦେବୀ ମୋଟ 172 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ, ଉତ୍ତରପ୍ରଦେଶର ଅଦିତି ମୋଟ 161 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ତାମିଲନାଡୁର କେ ଓବିତା ମୋଟ 155 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Shivani won silver
Shivani won silver

ସିନିୟର ପୁରୁଷ 109 କେଜି ଓଜନ ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ ସ୍ନାଚରେ 162 କେଜି, କ୍ଲିନ ଆଣ୍ଡ ଜର୍କରେ 188 କେଜି ଏବଂ ମୋଟରେ 350 କେଜି ଭାରଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଉତ୍ତରପ୍ରଦେଶର ମୋହିତ ଟିବିତ୍ୟା ମୋଟ 323 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆରଏସପିବିର ବିଶାଳ ସୋଲାଙ୍କି ମୋଟ 322 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜୁନିୟର ପୁରୁଷ 109 କେଜି ଓଜନ ବର୍ଗରେ ଉତ୍ତରପ୍ରଦେଶର ଚ. ପୁଷ୍ପେନ୍ଦ୍ର ସିଂହ ମୋଟ 292 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ସଂଜୀବ ରାଣା 269 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଚଣ୍ଡିଗଡ଼ର ପ୍ରିନ୍ସ ମୋଟ 268 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସମସ୍ତ ଶୃଙ୍ଖଳରେ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଯୋଗିତା, ମାର୍ଟିନା ଓ ଲଭପ୍ରୀତ ।

Shivani won silver
Shivani won silver

ଜୁନିୟର ମହିଳା 87 କେଜି ଓଜନ ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର, 81 କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ଏବଂ ସିନିୟର ପୁରୁଷ 109 କେଜି ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ ସମସ୍ତ ଶୃଙ୍ଖଳରେ ନୂଆ ରେକର୍ଡ ପ୍ରତିଷ୍ଠା କରିବା ସହ ବ୍ୟକ୍ତିଗତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜୁନିୟର ମହିଳା 87 କେଜି ଓଜନ ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର ସ୍ନାଚରେ 77କେଜି, କ୍ଲିନ ଆଣ୍ଡ ଜର୍କରେ 97 କେଜି ଏବଂ ମୋଟରେ 174 କେଜି ଉତ୍ତୋଳନ କରି ତିନୋଟି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେହିପରି 81 କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ସ୍ନାଚରେ 77 କେଜି, କ୍ଲିନ ଆଣ୍ଡ ଜର୍କରେ 95 କେଜି ଏବଂ ମୋଟରେ 172 କେଜି ଉତ୍ତୋଳନକରି ତିନୋଟି ଯାକ ଶୃଙ୍ଖଳାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ସିନିୟର ପୁରୁଷ 109 କେଜି ଓଜନ ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ ସ୍ନାଚରେ 162 କେଜି, କ୍ଲିନ ଆଣ୍ଡ ଜର୍କରେ 188 କେଜି ଏବଂ ମୋଟରେ 350 କେଜି ଭାରଉତ୍ତୋଳନ କରି ସମସ୍ତ 3ଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଜୁନିୟର ପୁରୁଷ 109 କେଜି ଓଜନ ବର୍ଗରେ ଉତ୍ତରପ୍ରଦେଶର ଚ. ପୁଷ୍ପେନ୍ଦ୍ର ସିଂହ ସ୍ନାଚରେ 135 କେଜି ଏବଂ ମୋଟରେ 292 କେଜି ଉତ୍ତୋଳନ କରି ଉଭୟ ସ୍ନାଚ ଓ ମୋଟ ଉତ୍ତୋଳନରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.