ETV Bharat / sports

ଟେବୁଲ ଟେନିସରେ କାହିଁକି ପଛରେ ଓଡିଶା ?

ଜାତୀୟ ଟେବୁଲ ଟେନିସ ଦଳରେ ସ୍ଥାନ ପାଇବାକୁ ଓଡିଶାର ଖେଳାଳି କାହିଁକି ସକ୍ଷମ ହେଉନାହାଁନ୍ତି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ଖେଳାଳିମାନେ ଏହି ଖେଳ ପ୍ରତି ବିମୁଖ ହେଉଥିବା ରାଜ୍ୟ ଟେବୁଲ ଟେନିସ ଦଳର କୋଚ ରାଜ ସୁବ୍ରମନ୍ୟମ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@sports_odisha)
author img

By

Published : Jul 21, 2019, 3:28 PM IST

କଟକ: ଦେଶର କ୍ରୀଡା ରାଜଧାନୀ ପାଲଟିଛି ଓଡିଶା । ଗୋଟିଏ ପରେ ଗୋଟିଏ ମେଗା ଇଭେଣ୍ଟର ସଫଳ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ପୂର୍ବରୁ ହକି ବିଶ୍ୱକପ ଆଉ ଏବେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ରାଜ୍ୟରେ ପ୍ରଥମକରି ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗୀତା ହେଉଛି, ଏହା ନିଶ୍ଚିନ୍ତ ଓଡିଶା ପାଇଁ ଗୌରବର ବିଷୟ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାର ଖେଳାଳି କେତେ ଲାଭବାନ ହେବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଜାତୀୟ ଦଳରେ ଓଡିଶାର ଖେଳାଳି କେଉଁ କାରଣ ପାଇଁ ସାମିଲ ହୋଇପାରୁନାହାଁନ୍ତି ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟ ଟେବୁଲ ଟେନିସ ଦଳର କୋଚ ରାଜ ସୁବ୍ରମନ୍ୟମ କହିଛନ୍ତି ଖେଳାଳିଙ୍କ ଇଛାଶକ୍ତି ରହିଛି । ମାତ୍ର ଜାତୀୟ ଦଳରେ ସାମିଲ ହେବାକୁ ଉପଯୁକ୍ତ ବାତାବରଣ ଉପଲବ୍ଧ ହୋଇପାରୁନାହିଁ । ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ଖେଳାଳିମାନେ ଏହି ଖେଳ ପ୍ରତି ବିମୁଖ ହେଉଛନ୍ତି । ଓଡିଶାରେ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଅନେକ ପ୍ରତିଭାରେ ପୂର୍ଣ୍ଣଚ୍ଛେଦ ପଡିଯାଉଛି ।

ଅନ୍ୟପଟେ ଓଡିଶାରେ ଟେବୁଲ ଟେନିସକୁ କିପରି ଅଧିକ ଗ୍ରହଣୀୟ କରାଯାଇପାରିବ, ଏ ନେଇ ବିଚାର କରାଯାଉଛି । ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ କ୍ରୀଡା ବିଭାଗକୁ ଅବଗତ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ଟେବୁଲଟେନିସ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା । ତେବେ ଏହି ଦିଗରେ ରାଜ୍ୟ ସରକାର କେବେ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଓଡିଶା ସାଜିଛି କ୍ରୀଡା ର ରାଜଧାନୀ । ଗୋଟେପରେ ଗୋଟେ ମେଗା ଇଭେଣ୍ଟ ର ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ପୂର୍ବରୁ ହକି ବିଶ୍ୱକପ ଆଉ ଏବେ ରାଜ୍ୟଗୋଷ୍ଠି । ଯାହା ସ୍ପଷ୍ଟ କରୁଛି ରାଜ୍ୟ ରେ କ୍ରୀଡା ର ବିକାଶ ଖୁବ କ୍ଷିପ୍ର ଗତିରେ ତ୍ୱରାନ୍ୱିତ ହେଉଛି । କିନ୍ତୁ ବାସ୍ତବ ରେ ଓଡିଶା ଆୟୋଜନ ରେ ନାଁ ଖେଳ ପଦର୍ଶନ ରେ ଆଗରେ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।

Body:ଭିଓ୧: ରାଜ୍ୟରେ ପଥମକରି ଅନୁଷ୍ଠିତ ହେଉଛି ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗୀତା । ଯାହା ରାଜ୍ୟ ପାଇଁ ଗୌରବ ର ବିଷୟ । କିନ୍ତୁ ଏହି କ୍ରୀଡା ରେ କେତେ ଖେଳାଳି ଜାତୀୟ ସ୍ତରରେ ଖେଳ ପଦର୍ଶନ କରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଉର୍ଣ୍ଣତ ମାନର କୋଚିଂ ଓ ଭିତ୍ତି ପ୍ରସ୍ତର ର ଅଭାବ ରୁ ଓଡିଶା ଖେଳାଳି ମାନଙ୍କ ପ୍ରତିଭା ରେ ପୂର୍ଣଛେଦ ପଡିଯାଉଛି ବୋଲି କହିଛନ୍ତି ରାଜ୍ୟ ଟେବୁଲଟେନିସ କୋଚ ।

ବାଇଟ: ରାଜ ସୁବ୍ରମନ୍ୟମ ( ଓଡିଶା କୋଚ )

ଭିଓ2: ଅନ୍ୟପଟେ ଏହି ଆୟୋଜନ ର ଅର୍ଥ ରାଜ୍ୟରେ ଟେବୁଲଟେନିସ କ୍ରୀଡା ର ବ୍ୟାପକତା ବୋଲି କହିଛନ୍ତି ସଂଘ ରାଜ୍ୟ ସମ୍ପାଦକ । ଏହାସହିତ ଟେବୁଲଟେନିସ କ୍ରୀଡା କ୍ଷେତ୍ରରେ ନ୍ୟୁନ ପଦର୍ଶନ ର କାରଣ କଣ ଓ ଏହା କେପରି ସମାଧାନ ହୋଇପାରିବ ସେ ଦିଗରେ ରାଜ୍ୟ କ୍ରୀଡା ବିଭାଗ କୁ ଅବଗତ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ଟେବୁଲଟେନିସ ସଙ୍ଘ ସମ୍ପାଦକ ରବୀନ୍ଦ୍ର ପରିଡା ।

ବାଇଟ: ରବୀନ୍ଦ୍ର ପରିଡା ( ରାଜ୍ୟ ଟେବୁଲଟେନିସ ସଂଘ ସମ୍ପାଦକ )

Conclusion:ଫାଭିଓ: ଟେବୁଲଟେନିସ କ୍ରୀଡା କ୍ଷେତ୍ରରେ ଓଡିଶା ର ବିପର୍ଯ୍ୟୟ କୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ଫ୍ୟାନ୍ସ । ତେବେ ଏହି ଦିଗରେ ରାଜ୍ୟ ସରକାର କେବେ ନିଷ୍ପତ୍ତି ନେବେ ତାହା ଏବେ ଦେଖିବାକୁ ବାକି ରହିଲା ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.