ETV Bharat / sports

ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ଚମକିଲେ ରାଉରକେଲା କ୍ରୀଡ଼ାବିତ୍‌

author img

By

Published : Jan 6, 2023, 8:18 PM IST

ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ନିଜର ଜଲୱା ଦେଖାଇଲା ଓଡିଶା । ଓଡିଶାରୁ ବିଭିନ୍ନ ପ୍ରତିଯୋଗୀ ଅଂଶଗ୍ରହଣ କରି ହାତେଇଲେ ୧୩ ଟି ପଦକ । ଅଧିକ ପଢନ୍ତୁ

ଜାତୀୟ ତାଇକୋଣ୍ଡ ଚମ୍ପିଆନସିପର ପ୍ରତିଯୋଗୀ
ଜାତୀୟ ତାଇକୋଣ୍ଡ ଚମ୍ପିଆନସିପର ପ୍ରତିଯୋଗୀ
ଜାତୀୟ ତାଇକୋଣ୍ଡ ଚମ୍ପିଆନସିପରେ ଚମକିଲେ ରାଉରକେଲା ସହରର ଛାତ୍ରଛାତ୍ରୀ

ରାଉରକେଲା: ଜାତୀୟ ସ୍ତରରେ ପୁଣି ଚମକିଲେ ଓଡିଆ ପ୍ରତିଯୋଗୀ । ଉଚ୍ଚକୋଟୀର ପ୍ରଦର୍ଶନ କରି ଓଡ଼ିଶା ପାଇଁ ଆଣିଲେ ଗର୍ବ ଗୌରବ । ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ନିଜର ଜଲୱା ଦେଖାଇଲେ ରାଉରକେଲା ସହରର ଛାତ୍ରଛାତ୍ରୀ । ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ଅଂଶଗ୍ରହଣ କରି ୧୩ଟି ପଦକ ଜିତିଛନ୍ତି ରାଉରକେଲାର ପ୍ରତିଯୋଗୀ । ଏଥି ମଧ୍ୟରୁ ୬ଟି ସ୍ବର୍ଣ୍ଣ ପଦକ, ୩ଟି ରୌପ୍ୟ ସହ ୪ଟି ବ୍ରୋଞ୍ଜ ପଦକ ରହିଛି ।

ଋଷିକେଶଠାରେ ଇଣ୍ଡିଆନ ଟାଇକୋଣ୍ଡ ଫେଡରେସନ ପକ୍ଷରୁ ୧୮ତମ ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପ ଆୟୋଜନ କରାଯାଇଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ହରିୟାଣା, ଗୋଆ, ଗୁଜୁରାଟ, ଦିଲ୍ଲୀ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ତାମିଲନାଡୁ ଭଳି ୧୮ ରାଜ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ୨୭ ଜଣ ପ୍ରତିଯୋଗୀ ଓଡିଶାରୁ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ରାଉରକେଲାରୁ ୧୩ ଜଣ ପ୍ରତିଯୋଗୀ ରହିଥିଲେ ।

୫ରୁ ୮ ବର୍ଷ ବାଳକ କାଟାଗୋରୀରେ ୨୦ରୁ ୨୫ କେଜି ବର୍ଗରେ ପ୍ରିୟାଂଶୁ ସାହୁ କାଂସ୍ୟ ପଦକ ପାଇଥିବା ବେଳେ ବୈଭବ ଆଚାର୍ଯ୍ୟ ରୌପ୍ୟ ପଦକ ଜିତିଛନ୍ତି । ୧୩ରୁ ୧୬ ବର୍ଷ ବୟସ ବର୍ଗର ୭୦ କେଜି କାଟାଗୋରୀରେ ପ୍ରତ୍ୟୁଷ ପାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ ପ୍ରତ୍ୟୁଷ ରଞ୍ଜନ କାନ୍ତ ୪୦ରୁ ୪୫ କେଜି ବର୍ଗରେ ରୌପ୍ୟ ପଦକ ପାଇଛନ୍ତି । ସେହିପରି ୯ରୁ ୧୨ ବର୍ଷ ବାଳକ ବର୍ଗରେ ଅମନ ଆଚାର୍ଯ୍ୟ ଓ ବିନୟ କୁମାର ନାୟକ କାଂସ୍ୟ ପଦକ ହାସଲ କରିଛନ୍ତି ।

ସେପଟେ ୬୦ରୁ ୬୫ କେଜି ବର୍ଗରେ ରାଜ ରାଜକ କାଂସ୍ୟ ପଦକ ଜିତିଥିବା ବେଳେ ମଧ୍ୟରେ ଦେବାଶିଷ ସିହ୍ନା, ଅଂଶୁମାନ ପରିଡା, ଆଶୁତୋଷ ସ୍ବାଇଁ,ଆଦିତ୍ୟ ପ୍ରସାଦ ନାୟକ ଏବଂ ରୋହନ ଦେହୁରୀଙ୍କ ସହ ଦଳର ଏକ ମାତ୍ର ବାଳିକା ଭାବରେ ବୈଭବୀ ମହାରଣା ସ୍ବର୍ଣ୍ଣ ପଦକ ପାଇଛନ୍ତି । ତେବେ ଜାତୀୟ ସ୍ତରରେ ଏହି ପ୍ରତିଯୋଗୀଙ୍କ ସଫଳତା ପରେ ରାଉରକେଲା ସହରବାସୀ ଖୁସି ଜାହିର କରିଛନ୍ତି । ସେପଟେ ଆଗମୀ ଦିନରେ ମଧ୍ୟ ରାଉରକେଲା ପାଇଁ ଗର୍ବ ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଟାଇକୋଣ୍ଡ କ୍ରୀଡ଼ାବିତ୍‌ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.