ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ: ଜାଣନ୍ତୁ ବ୍ରୋଞ୍ଜ ବିଜେତା ଯମୁନାଙ୍କ ଜୟଯାତ୍ରା

author img

By

Published : Oct 13, 2019, 8:22 AM IST

ମାଆ ଅଛି ଯାହାର ସାହା ଅଛି ତା'ର । ‘ମାଆ ପାଇଁ ମେଡାଲ ଜିତିଛି । ମୋର ମେଡାଲ, ପ୍ରାଇଜ ମନି ସବୁକିଛି ମୋ ମାଆ ପାଇଁ’ଏହା କହିଛନ୍ତି ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ବ୍ରୋଞ୍ଜ ବିଜେତା ଯମୁନା ବୋରୋ ।

ଯମୁନା ବୋରୋ

ନୂଆଦିଲ୍ଲୀ: ‘ମାଆ ପାଇଁ ମେଡାଲ ଜିତିଛି । ମୋର ମେଡାଲ, ପ୍ରାଇଜ ମନି ସବୁକିଛି ମୋ ମାଆ ପାଇଁ ’ ଏହା କହିଛନ୍ତି ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ବ୍ରୋଞ୍ଜ ବିଜେତା ଯମୁନା ବୋରୋ ।

ଆସାମର 23 ବର୍ଷିୟ ଝିଅ ଯମୁନାଙ୍କ କାହାଣୀ ଜାଣିଲେ ହୃଦୟ ବିଦାରିତ ହୋଇଯିବ । ମାତ୍ର 6ବର୍ଷ ବୟସ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଗଲେ । ଅତ୍ୟନ୍ତ ଗରିବ ଘରେ ଦୁଃଖିନି ମାଆ କେବଳ ଯମୁନାର କେବଳ ସାହାରା ଥିଲେ । ରାସ୍ତାଗଡରେ ମାଆ ପରିବା ବିକି ଯମୁନାକୁ ଗଢିଛନ୍ତି । ଗରିବୀକୁ ପାଖେ ପାଖେ ଦେଖି, ସଂଘର୍ଷକୁ ସାଉଁଟି ଆଗକୁ ବଢିଥିଲେ ଯମୁନା । କିଏ ଜାଣିଥିଲା ବାପାଛେଉଁଣ୍ଡ ଝିଅ ଯମୁନା ଏତେ ଶକ୍ତ ହୋଇପାରିବେ ! କିଏ ଜାଣିଥିଲା ସେ ଦାରିଦ୍ରତାର କଷଟି ପଥରରେ ପିଟିହୋଇ ପୁଣି ଠିଆ ହେବେ । ପେଟ ପାଇଁ ସଂଘର୍ଷ ସହିତ ଗରିବି ସହ ଲଢୁଲଢୁ ଦୁନିଆକୁ ଟକ୍କର ଦେବାକୁ ସେ ପ୍ରସ୍ତୁତ ହୋଇଯିବେ ।

Jamuna Boro
ଯମୁନା ବୋରୋ

ମାଆ ପରିବା ବିକି ସଞ୍ଚୟ କରିଥିବା କିଛି ଟଙ୍କା ଯମୁନାଙ୍କ ହାତରେ ଦେଇଥିଲେ । ପ୍ରଥମ ଥର SAI ଆଞ୍ଚଳିକ ସବ-ସେଣ୍ଟର ଗୌହାଟିରେ ବକ୍ସିଂ ପାଇଁ ସ୍ଥାନ ପାଇଲେ । ଏହାପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି ଯମୁନା । 52 କିଲୋଗ୍ରାମ ବର୍ଗରେ 2010ରୁ 2012 ମଧ୍ୟରେ ସ୍ବର୍ଣ୍ଣ ପଦକ ହାତେଇଲେ ଯମୁନା । 2013-2015 ମଧ୍ୟରେ ସର୍ବିଆ, ବରଗାରିଆ ଓ ଚାଇନାରେ ଆନ୍ତଜାର୍ତିକ ପଦକ ବିଜେତା ହେଲେ । ତେବେ ପୁଣି ସମୟ କଡଲେଉଟାଇଲା । ନିଜ SAI ସେଣ୍ଟର କୋଚ ଅଭିଷେକ ମାଲଭିୟା ମେରିକମ ଏକାଡେମିରେ ଯୋଗଦେବାକୁ ଛାଡିକି ଚାଲିଗଲେ । କିଛି ଦିନ ପାଇଁ ବକ୍ସିଂରେ ଡୋରି ଲାଗିଗଲା । ପରେ 10 ବୋର୍ଡ ପରୀକ୍ଷାରେ ବ୍ୟସ୍ତ ହୋଇଗଲେ ଯମୁନା ।

2016ରୁ 2018 ମଧ୍ୟରେ ବହୁଥର ପରାଜୟର ମୁହଁ ଦେଖିବାକୁ ମିଳିଲା । ଯେଉଁ ଖେଳାଳି ଠାରୁ ବାରମ୍ବାର ହାରୁଥିଲେ ତାଙ୍କୁ ଗୌହାଟି ଇଣ୍ଡିଆ ଓପନ ସେମିଫାଇନାଲରେ ପରାଜିତ କଲେ । ଏହାପରେ ପୁଣି ବିଜୟ ଯାତ୍ରା ଆରମ୍ଭ ହେଲା । ଇଣ୍ଡୋନେସିଆ ପ୍ରେସିଡେଣ୍ଟ କପରେ ସ୍ବର୍ଣ୍ଣ ବିଜୟୀନି ହେଲେ । ଏବେ ବକ୍ସିଂର ସବୁଠୁ ବଡ ମଞ୍ଚରେ ବିଶ୍ବସ୍ଥରରେ ପଦକ ଜିତି ଭାବବିଦ୍ବଳ ହୋଇଛନ୍ତି ଯମୁନା । ସେମିଫାଇନାଲରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜୟର ସବୁ ଶ୍ରେୟ ଯମୁନା ମାଆଙ୍କୁ ଦେଇଛନ୍ତି । ଏଥିସହିତ ମାଆଙ୍କ ଆଖିରେ ସେ ଆଉ ଲୁହ ଦେଖିପାରିବେନି ବୋଲି କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.