ETV Bharat / sports

ପୁଣି ବାପା ହେବେ ମାହି

ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସହିତ ଜଡିତ ଏକ ଖୁସି ଖବର ଆସିଛି । ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

author img

By

Published : Oct 17, 2021, 8:12 AM IST

ପୁଣି ବାପା ହେବେ ଧୋନି
ପୁଣି ବାପା ହେବେ ଧୋନି

ମୁମ୍ବାଇ: ଶୁକ୍ରବାର ଚଳିତ ଆଇପିଏଲରେ ଚତୁର୍ଥ ଥର ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ଖୁସି ସହିତ ଆଉ ଏକ ଖୁସି ଖବର ଆସିଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଜଡିତ ଏହି ଖୁସି ଖବର । ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି ।

ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି । ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି । ପୂର୍ବରୁ ଉଭୟଙ୍କର ୬ବର୍ଷର କନ୍ୟା ସନ୍ତାନ ଜିଭା ରହିଛନ୍ତି । ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ସାମିଲ ହୋଇଥିଲେ । ଚେନ୍ନାଇର ବିଜୟରେ ସାକ୍ଷୀ ଖୁସିରେ କାନ୍ଦିବା ଦେଖିବାକୁ ମିଳିଥିଲା । ତେବେ ସାକ୍ଷୀଙ୍କୁ ନେଇ ବର୍ତ୍ତମାନ ଏହି ବଡ଼ ଖବର ଆସିଛି । ପଡିଆରେ ଧୋନୀଙ୍କ ସହ ଫଟୋ ଉଠାଉଥିବାବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା ।

ଏହାପରେ ସୋସିଆଲ ମିଡିଆରେ ଏହି ଖବର ଦ୍ରୁତଗତିରେ ମାଡିଚାଲିଥିଲା । ହେଲେ ଏ ସମ୍ପର୍କରେ ଧୋନୀ କିମ୍ବା ସାକ୍ଷୀ କେହି ମୁହଁ ଖୋଲି ନାହାନ୍ତି । କିନ୍ତୁ ରାଇନାଙ୍କ ପତ୍ନୀ ପ୍ରିୟଙ୍କା, ସାକ୍ଷୀ ୪ ମାସର ଗର୍ଭବତୀ ଥିବା କହିଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ୨୦୧୦ ମସିହା ଜୁଲାଇ ୪ରେ ପ୍ରେମ ବିବାହ କରିଥିଲେ ଧୋନି-ସାକ୍ଷୀ। ପିଲାଟି ବେଳୁ ସାକ୍ଷୀ ଓ ଧୋନି ପରସ୍ପରକୁ ଜାଣିଥିଲେ । ଦୀର୍ଘ ୧୦ ବର୍ଷ ପରେ ଧୋନି ଓ ସାକ୍ଷୀ ପରସ୍ପରକୁ କୋଲକାତାରେ ଭେଟିଥିଲେ । ୨ ବର୍ଷର ବନ୍ଧୁତା ପରେ ସେମାନଙ୍କ ବନ୍ଧୁତା ବିବାହରେ ପରିଣତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.