ETV Bharat / sports

ସିଙ୍ଗାପୁର ଓପନ ଟାଇଟେଲ ବିଜେତା ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ନରେନ୍ଦ୍ର ମୋଦୀ

ଭାରତୀୟ ସର୍ଟଲର ପିଭି ସିନ୍ଧୁ ସିଙ୍ଗାପୁର ଓପନ ଟାଇଟଲ ହାସଲ କରିଛନ୍ତି । ଏନେଇ ନରେନ୍ଦ୍ର ମୋଦି ତାଙ୍କ ଟ୍ବିଟରରେ ସିଙ୍ଗାପୁର ଓପନର ଫାଇନାଲ ମ୍ୟାଚ୍‌ ତଥା ପିଭି ସିନ୍ଧୁଙ୍କ ସହିତ ୱାଙ୍ଗ ଝି ୟିଙ୍କ ସହିତ ମ୍ୟାଚ୍‌ ସମୟର ଭିଡିଓ ସେୟାର କରିବା ସହ ଦେଶ ପାଇଁ ଗୌରବମୟ ମୁହୂର୍ତ୍ତ ବୋଲି ଲେଖିଛନ୍ତି । ଅଧିକ ପଢନ୍ତୁ

ପିଭି ସିନ୍ଧୁ୍ଙ୍କ ପ୍ରତିଭା ଆଗାମୀ ପିଢିଙ୍କୁ ପ୍ରେରଣା ଯୋଗାଇବ : ମୋଦୀ

author img

By

Published : Jul 18, 2022, 11:35 AM IST

ହାଇଦ୍ରାବାଦ: ଦୁଇ ଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ସିଙ୍ଗାପୁର ଓପନ ଟାଇଟଲ ହାସଲ କରିଛନ୍ତି । ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଧ୍ୟ ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ତାଙ୍କ ଟ୍ବିଟରରେ ସିଙ୍ଗାପୁର ଓପନ ଫାଇନାଲ ମ୍ୟାଚ୍‌ ସମୟର ଭିଡିଓ ସେୟାର କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

  • I congratulate @Pvsindhu1 on winning her first ever Singapore Open title. She has yet again demonstrated her exceptional sporting talent and achieved success. It is a proud moment for the country and will also give inspiration to upcoming players. https://t.co/VS8sSU7xdn

    — Narendra Modi (@narendramodi) July 17, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ନିଜର ପ୍ରଥମ ସିଙ୍ଗାପୁର ଓପନ ଟାଇଟଲ ହାତେଇବା ପାଇଁ ପିଭି ସିନ୍ଧୁ୍ଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପିଭି ସିନ୍ଧୁ ପୁଣି ଥରେ ନିଜର ଅସାଧାରଣ ଖେଳ ପ୍ରଦର୍ଶନ କରିଛନ୍ତି । ଏହା ଦେଶ ପାଇଁ ଗୌରବମୟ ମୁହୂର୍ତ୍ତ । ତାଙ୍କର ଏହି ପ୍ରତିଭା ଏବଂ ପ୍ରଦର୍ଶନ ଆଗାମୀ ପିଢିର ଖେଳାଳିମାନଙ୍କୁ ବହୁତ ପ୍ରେରଣା ଯୋଗାଇବ ।"

ଖେଳ ଓ ଖେଳାଳିମାନଙ୍କର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ସହଯୋଗ ଯୋଗାଇବା ସହିତ ପ୍ରେରିତ କରି ଆସିଛନ୍ତି । ଏହା ସହିତ ଖେଲୋ ଇଣ୍ଡିଆ ମାଧ୍ୟମରେ ପ୍ରତ୍ୟେକ ଖେଳାଳି ନିଜର ସ୍ବପ୍ନ ପୁରା କରିପାରିବେ ବୋଲି ପ୍ରଧାନମମନ୍ତ୍ରୀ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।

ସିଙ୍ଗାପୁର ଓପନ 2022 ଟୁର୍ଣ୍ଣାମେଣ୍ଟରେ ଦୁଇ ଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଚୀନ ପ୍ରତିଯୋଗୀ ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ସେଟ୍‌ରେ ହରାଇ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ବିଜେତା ହୋଇଛନ୍ତି ସିନ୍ଧୁ । ଏହା ତାଙ୍କ କ୍ୟାରିଅରର ୫୦୦ତମ ଟାଇଟଲ । ସାଇନା ନେହେୱାଲଙ୍କ ପରେ ପିଭି ସିନ୍ଧୁ ଦ୍ବିତୀୟ ଭାରତୀୟ ମହିଳା ଯିଏକି ସିଙ୍ଗାପୁର ଓପନ ଟାଇଟଲ ଜିତିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.