ନୂଆଦିଲ୍ଲୀ: ଫ୍ରାନ୍ସର ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ରେ ଇତିହାସ ରଚିଲା ଭାରତ । ଏହି ଇଭେଣ୍ଟ ମଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । P6 କାଟାଗୋରୀର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଚୀନ୍କୁ ପଛରେ ପକାଇ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧୀକରଣ ପକ୍ଷରୁ ଟ୍ବିଟ୍ କରି ସଚନା ଦିଆଯାଇଛି ।
-
Proud of Manish Narwal and Rubina Francis for winning a Gold in the 10m Air Pistol Mixed event at #Chateauroux2022.
— Narendra Modi (@narendramodi) June 8, 2022 " class="align-text-top noRightClick twitterSection" data="
Congratulations to them for this special win. Best wishes for their upcoming endeavours. pic.twitter.com/wIppsJyreK
">Proud of Manish Narwal and Rubina Francis for winning a Gold in the 10m Air Pistol Mixed event at #Chateauroux2022.
— Narendra Modi (@narendramodi) June 8, 2022
Congratulations to them for this special win. Best wishes for their upcoming endeavours. pic.twitter.com/wIppsJyreKProud of Manish Narwal and Rubina Francis for winning a Gold in the 10m Air Pistol Mixed event at #Chateauroux2022.
— Narendra Modi (@narendramodi) June 8, 2022
Congratulations to them for this special win. Best wishes for their upcoming endeavours. pic.twitter.com/wIppsJyreK
ଯୋଗ୍ୟତା ପର୍ଯ୍ୟାୟ(qualification stage)ରେ ୫୬୫ ପଏଣ୍ଟ ହାସଲ କରି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର । ଭାରତର ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍ ଏହି ରେକର୍ଡ ହାସଲ କରିବା ସହ ଚୀନ୍କୁ ମାତ୍ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଦୁଇ ସୁଟରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
-
It’s raining WORLD RECORDS for INDIA🇮🇳 @manishnarwal02 & Rubina Francis won GOLD 🥇in P6- 10M Air Pistol Mixed team while setting a new World Record in qualification stage with a score of 565 at #Chateauroux2022 World Cup ! pic.twitter.com/iqqqTmGRMJ
— Anurag Thakur (@ianuragthakur) June 8, 2022 " class="align-text-top noRightClick twitterSection" data="
">It’s raining WORLD RECORDS for INDIA🇮🇳 @manishnarwal02 & Rubina Francis won GOLD 🥇in P6- 10M Air Pistol Mixed team while setting a new World Record in qualification stage with a score of 565 at #Chateauroux2022 World Cup ! pic.twitter.com/iqqqTmGRMJ
— Anurag Thakur (@ianuragthakur) June 8, 2022It’s raining WORLD RECORDS for INDIA🇮🇳 @manishnarwal02 & Rubina Francis won GOLD 🥇in P6- 10M Air Pistol Mixed team while setting a new World Record in qualification stage with a score of 565 at #Chateauroux2022 World Cup ! pic.twitter.com/iqqqTmGRMJ
— Anurag Thakur (@ianuragthakur) June 8, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଛନ୍ତି ଯେ, "ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍ ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ର ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଆଗାମୀ ଇଭେଣ୍ଟ ପାଇଁ ମଧ୍ୟ ଦୁହିଁଙ୍କୁ ଶୁଭେଚ୍ଛା ।"
କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି କହିଛନ୍ତି ଯେ, "ଭାରତ ପାଇଁ ବର୍ତ୍ତମାନ ବିଶ୍ବ ରେକର୍ଡ ବର୍ଷା ହେଉଛି । ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍ P6 କାଟାଗୋରୀର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ର ମିଶ୍ରିତ ଯୁଗଳ ବର୍ଗର ଯୋଗ୍ୟତା ପର୍ଯ୍ୟାୟ(qualification stage)ରେ ୫୬୫ ପଏଣ୍ଟ ହାସଲ କରି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ଦୁଇ ସୁଟର । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ।"