ETV Bharat / sports

ଚେସ୍‌ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ FIDE ଉପାଧ୍ୟକ୍ଷ ନିର୍ବାଚିତ - ବିଶ୍ବ ଚେସ୍‌ ଫେଡେରେସନର ଉପାଧ୍ୟକ୍ଷ ବିଶ୍ବନାଥନ ଆନନ୍ଦ

ବିଶ୍ବ ଚେସ୍‌ ଫେଡେରେସନର(FIDE) ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଚେସ୍‌ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ । ଚେସ୍‌ ଫେଡେରେସନ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଚେସ୍‌ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ ବିଶ୍ବ ଚେସ୍‌ ଫେଡେରେସନର ଉପାଧ୍ୟକ୍ଷ ନିର୍ବାଚିତ

author img

By

Published : Aug 7, 2022, 9:20 PM IST

ଚେନ୍ନାଇ: ବିଶ୍ବ ଚେସ୍‌ ଫେଡେରେସନର(FIDE) ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଭାରତୀୟ ଚେସ୍‌ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ । ଏହାକୁ ନେଇ ବିଶ୍ବ ଚେସ୍‌ ଫେଡେରେସନ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଆର୍‌କାଡି ଭୋକବିଚ୍‌ ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷ ଦାୟିତ୍ବ ନେଇଛନ୍ତି । ଭୋକବିଚ୍‌ଙ୍କ ଟିମ୍‌ଙ୍କ ସଦସ୍ୟ ରହିଛନ୍ତି ୫ ଥରର ବିଶ୍ବ ଚମ୍ପିଆନ୍‌ ବିଶ୍ବନାଥନ ଆନନ୍ଦ । ବିଶ୍ବ ଚେସ୍‌ ଫେଡେରେସନ୍ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପାଇଁ ନିର୍ବାଚନ କରାଯାଇଥିଲା । ୪୪ତମ ଚେସ୍‌ ଅଲମ୍ପିଆଡ୍‌ ସହ ଏହି ନିର୍ବାଚନ ହୋଇଥିଲା ।

  • Arkady Dvorkovich is reelected for a second term as President of the International Chess Federation, with 157 votes against 16.

    Viswanathan Anand is the new FIDE Deputy President. pic.twitter.com/iTrYMTrTiG

    — International Chess Federation (@FIDE_chess) August 7, 2022 " class="align-text-top noRightClick twitterSection" data=" ">

ଆର୍‌କାଡି ଭୋକବିଚ୍‌ଙ୍କୁ ନିର୍ବାଚନରେ ୧୫୭ଟି ଭୋଟ୍‌ ମିଳିଥିବା ବେଳେ ତାଙ୍କ ବିରୋଧ ବେରିସ୍‌ପୋଲେଟ୍ସଙ୍କ ପକ୍ଷରେ ମାତ୍ର ୧୬ ଭୋଟ୍‌ ପଡ଼ିଥିଲା । ଏହି ନିର୍ବାଚନରେ ଗୋଟିଏ ଭୋଟ୍‌ ନାକଚ ହୋଇଛି । ସେପଟେ ବିଶ୍ବ ଚେସ୍‌ ଫେଡେରେସନ୍ କଂଗ୍ରେସର ୫ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରି ନାହାନ୍ତି । ସେପଟେ ବିଶ୍ବନାଥନ ଆନନ୍ଦଙ୍କୁ ନିଜ ଟିମ୍‌ରେ ପାଇ ଖୁସି ଜାହିର କରିଛନ୍ତି ଆର୍‌କାଡି ଭୋକବିଚ୍‌ ।

ଆର୍‌କାଡି ଭୋକବିଚ୍‌ କହିଛନ୍ତି ଯେ, "ଆନନ୍ଦଙ୍କୁ ମୁଁ ମୋର ଟିମ୍‌ରେ ଡେପୁଟି ଭାବରେ ପାଇ ଗର୍ବିତ । ସେ ଜଣେ ଉତ୍କର୍ଶ ବ୍ୟକ୍ତି ଓ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍କର୍ଶ । ସେ ମୋର ଖୁବ୍‌ ପୁରୁଣା ବନ୍ଧୁ ମଧ୍ୟ । ସାରା ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ବିଶ୍ବ ଚେସ୍‌ ଫେଡେରେସନ୍‌ର ଇତିହାସ ସହ ସେ ଜଡ଼ିତ । ତାଙ୍କୁ ନେଇ ଫେଡେରେସନର ଅନେକ ଉନ୍ନତି ହେବ ବୋଲି ଆଶା କରୁଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.