ବୋଷ୍ଟନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁଥବା ଲେଭର କପକୁ 2021କୁ ଘୁଞ୍ଚାଇ ଦିଆଯାଇଛି । ଅନ୍ତର୍ଜାତୀୟ ଟେନିସ କ୍ୟାଲେଣ୍ଡରରେ ପରିବର୍ତ୍ତନ ପରେ, ଏହି ନିଷ୍ପତି ନିଆଯାଇଛି ।
ଚଳିତ ବର୍ଷ ଲେଭର କପ ହେବନାହିଁ ବୋଲି ଲେଭର କପ ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି । ଲେଭର କପର 4ର୍ଥ ସଂସ୍କରଣ ବୋଷ୍ଟନର ଟିଡି ଗାର୍ଡେନରେ. ସେପ୍ଟେମ୍ବର 24-26 ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା ।
ଟେନିସ ଅଷ୍ଟ୍ରେଲିଆ(USTA) ଓ ATP ର ମ୍ୟାଚ ସୂଚୀରେ ପରିବର୍ତ୍ତନ ପରେ ଏହି ଟେନିସ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଦେଶର କଠିନ ସମୟରେ ଏହା ଏକ ଦାୟିତ୍ବପୂର୍ଣ୍ଣ ନିଷ୍ପତି ବୋଲି ଲେଭର କପ ଚେୟାରମ୍ୟାନ ଟୋନି ଗଡସିକ କହିଛନ୍ତି ।