ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠାରୁ ସ୍ଥାନୀୟ କିଟ ଗ୍ରାଉଣ୍ଡରେ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ ଆରମ୍ଭ ହେବାକୁ ଯାଉଛି । ଦେଶରେ ପ୍ରଥମଥର ପାଇଁ ଏହି ଭଳି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆୟୋଜନ ଓଡିଶାକୁ ବାଛିଛନ୍ତି ।
ତେବେ ଭୁବନେଶ୍ବରର ଘରୋଇ ବିଶ୍ବବିଦ୍ୟାଳୟ କିଟରେ ଏହା ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ସେ କହିଛନ୍ତି, ଉଭୟ କେନ୍ଦ୍ର,ରାଜ୍ୟ ସରକାର ଦେଶରେ କ୍ରୀଡ଼ାବିତ ଓ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ଓ ପ୍ରସାର ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । ତେଣୁ ଏଥିରେ ଅଧିକରୁ ଅଧିକ କ୍ରୀଡ଼ାବିତ ଭାଗ ନେଉ ଥିବାବେଳେ ଆଗାମୀ ଯୁବ ପିଢିଙ୍କୁ ଓ ସେମାନଙ୍କ ପିତାମାତାଙ୍କୁ ଏହା କ୍ରୀଡା ପ୍ରତି ଆଗ୍ରହୀ କରିବ ବୋଲ ସେ କହିଛନ୍ତି ।
ଏହି ପ୍ରତିଯୋଗିତାରେ 2ଶହ ବିଶ୍ବବିଦ୍ୟାଳୟରୁ 4 ହଜାରରୁ ଉର୍ଦ୍ଧ୍ବ ଖେଳାଳି ଯୋଗ ଦେଉଥିବା ବେଳେ ଓଡିଶାରୁ 147ରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ଭାଗ ନେବେ । ଭୁବନେଶ୍ବର ସମେତ କଟକରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ