ETV Bharat / sports

Hockey World Cup 2023: ଉତ୍ସାହିତ ଅମିତ, କହିଲେ ପ୍ରଥମ ଗୋଲ ଦେଇଛି ବୋଲି ବିଶ୍ୱାସ ହେଉନି

author img

By

Published : Jan 13, 2023, 10:33 PM IST

ସ୍ପେନକୁ ୨-୦ ଗୋଲରେ ପରାସ୍ତ କଲା ଭାରତ । ଏହି ବିଜୟର ହିରୋ ସାଜିଥିରେ ହକିର ଏନ୍ତୁଡିଶାଳ ତଥା ସୁନ୍ଦରଗଡ ମାଟିର ପୁଅ ଅମିତରୋହି ଦାସ । ଅଧିକ ପଢନ୍ତୁ

ଅମିତରୋହି ଦାସ
ଅମିତରୋହି ଦାସ
Hockey World Cup 2023 : ଉତ୍ସାହିତ ଅମିତ, କହିଲେ ପ୍ରଥମ ଗୋଲ ଦେଇଛି ବୋଲି ବିଶ୍ବାସ ହେଉନି

ରାଉରକେଲା: ଭାରତର ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ । ସ୍ପେନକୁ ୨-୦ ଗୋଲରେ ପରାସ୍ତ କଲା ଭାରତ । ବିଜୟ ଅଭିଯାନରୁ ବିଶ୍ବକପ ଆରମ୍ଭ କରିଛି ଟିମ ହରମନପ୍ରିତ ଏଣ୍ଡ କୋ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଇଣ୍ଡିଆ ଇଣ୍ଡିଆ ଧ୍ବନୀରେ ପ୍ରକମ୍ପିତ ହୋଇଉଠିଥିଲା । ଏହି ବିଜୟର ହିରୋ ସାଜିଥିଲେ ହକିର ଏନ୍ତୁଡିଶାଳ ତଥା ସୁନ୍ଦରଗଡ ମାଟିର ପୁଅ ଅମିତରୋହି ଦାସ । ଏହା ସହିତ ସେ ଆଜିର (ଶୁକ୍ରବାର) ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମ ଗୋଲ ଦେଇ ଟିମ ଇଣ୍ଡିଆର ଖାତା ଖୋଲିଥିଲେ ଭାରତୀୟ ହକି ଦଳର ଉପ ଅଧିନାୟକ । ଏନେଇ ସେ କହିଛନ୍ତି, "ପ୍ରଥମ ଗୋଲ ଦେଇଥିବାରୁ ସେ ବିଶ୍ବାସ କରିପାରୁନାହଁନ୍ତି । ମ୍ୟାଚ ବହୁତ ରୋମାଞ୍ଚକର ଥିଲା । ଦଳ ତରଫର ସମସ୍ତଙ୍କର ପ୍ରଦର୍ଶନ ଦମଦାର ରହିଥିଲା । ଯେଉଁ କାରଣରୁ ଆଜି ଭାରତ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଆମକୁ ବେଶ୍ ଉତ୍ସାହିତ କରିଥିଲା । ସମସ୍ତଙ୍କର ସମର୍ଥନ ରହିଥିଲା ଆମ ପ୍ରତି । ଭାରତୀୟ ହକ ଦଳକୁ ସବୁବେଳେ ଏମିତି ଉତ୍ସାହିତ ଜାରି ରଖିଥାନ୍ତୁ ।"

ପ୍ରଥମ କ୍ବାର୍ଟସରେ ଓଡ଼ିଆ ପୁଅ ଅମିତ ରୋହିଦାସ ପେନାଲଟିରେ ପ୍ରଥମ ଗୋଲ କରିଥିଲେ । ଅନ୍ୟ ପକ୍ଷରେ ସ୍ପେନ ହକି ଦଳ ଭାରତ ଦଳକୁ ଟିମକୁ କଡା ଟକ୍କର ଦେଇଥିଲା । ଭାରତୀୟ ହକି ଦଳ ପ୍ରଥମରୁ ଆଟକିଂ ମୁଡରେ ପ୍ରଦର୍ଶନ କରିଥିଲା । ମ୍ୟାଚର ୨୭ ମିନିଟରେ ଦ୍ବିତୀୟ ଗୋଲ ଦେଇଥିଲା ଭାରତ । ଏହି ଗୋଲଦେଇଥିଲେ ହକି ଧୁରନ୍ଦର ହାର୍ଦିକ ସିଂ । ସ୍ପେନକୁ ନିଜର ପ୍ରଥମ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ମ୍ୟାଚ ପରେ ମନପ୍ରିତ ସିଂହ କହିଛନ୍ତି, "ମଇଦାନରେ ଆମେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିଥିଲୁ । ପୁଲ D ରେ ଥିବା ସମସ୍ତ ମ୍ୟାଚ ବହୁତ ଟପ୍ ରହିଛି । ଆଜିର ମ୍ୟାଚରେ ଭୁଲକୁ ସୁଧାରି ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତ ରହିବୁ ।"

ଇଟିିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.