ETV Bharat / sports

୨୦ ବର୍ଷରୁ କମ ବିଶ୍ବ ଆଥଲେଟ ଚାମ୍ପିଆନସିପ: 10 କିମି ଚାଲିଲେ ରୌପ୍ୟ ଜିତିଲେ ଅମିତ ଖତ୍ରୀ

କେନିଆରେ ଚାଲିଥିବା ୨୦ ବର୍ଷରୁ କମ ବିଶ୍ବ ଆଥଲେଟ ଚାମ୍ପିଆନସିପରେ ସିଲଭର ଜିତିଲେ ଭାରତୀୟ ଆଥଲେଟ ଅମିତ ଖତ୍ରୀ । ଅଧିକ ପଢନ୍ତୁ...

U20 world championship
୨୦ ବର୍ଷରୁ କମ ବିଶ୍ବ ଆଥଲେଟ ଚାମ୍ଫିଆନସିପ: 10 କିମି ଚାଲିରେ ରୌପ୍ୟ ଜିତିଲେ ଅମିତ ଖାତ୍ରୀ
author img

By

Published : Aug 21, 2021, 10:26 PM IST

ନାଇରୋବି: ୨୦ ବର୍ଷରୁ କମ ବିଶ୍ବ ଆଥଲେଟ ଚାମ୍ପିଆନସିପରେ ରୌପ୍ୟ ଜିତିଲେ ଭାରତୀୟ ଆଥଲେଟ ଅମିତ ଖତ୍ରୀ । ୧୦ କିଲୋମିଟର ଚାଲିବା ରେସରେ ସେ ପାଇଛନ୍ତି ଏହି ପଦକ । ଏହା ପୂର୍ବରୁ ଭାରତର ୪*୪୦୦ ମିକ୍ସ ରିଲେ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି ।

କେନିଆର ନାଇରୋବିରେ ଚାଲିଛି ୨୦ ବର୍ଷରୁ କମ ବିଶ୍ବ ଆଥଲେଟିକସ ଚାମ୍ପିଅନସିପ । ଏଥିରେ ଭାଗ ନେଇଛନ୍ତି ଭାରତୀୟ ଆଥଲେଟ । ଶନିବାର ଭାରତୀୟ ଆଥଲେଟ ଅମିତ ଖତ୍ରୀ ପଦକ ହାସଲ କରିଛନ୍ତି । ଭାରତୀୟ ଆଥଲେଟ ଅମିତ ଖତ୍ରୀ ୧୦ କିଲୋମଟର ଚାଲିବା ରେସରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୨:୧୯: ୯୪ ଟାଇମିଂ ସହ ଦ୍ବିତୀୟ ସ୍ଥାନର ରହିଛନ୍ତି ।

ପ୍ରଥମ ସ୍ଥାନରେ କେନିଆର ୱାନୟୋନି 42:10:84 ଟାଇମିଂ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସ୍ଫେନର ପୋଲ ମ୍ୟାକଗ୍ରାଥ ୪୨:26:11 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.