ETV Bharat / sports

FIH Pro league: କଳିଙ୍ଗ ଷ୍ଟାଡିୟମରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା - ଭାରତ ନ୍ୟୁଜିଲାଣ୍ଡ ହକି ମ୍ୟାଚ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ୨୦୨୨-୨୩ ସଂସ୍କରଣର FIH ପ୍ରୋ ଲିଗ ( FIH Pro League ) । ଉଦଘାଟନୀ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ଉଦଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡିୟରେ ଖେଳାଯିବ । ଅଧିକ ପଢନ୍ତୁ

ଆଜିଠୁ FIH ପ୍ରୋ ଲିଗ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

author img

By

Published : Oct 28, 2022, 5:25 PM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ୨୦୨୨-୨୩ ସଂସ୍କରଣର FIH ପ୍ରୋ ଲିଗ ( FIH Pro League ) । ଉଦଘାଟନୀ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ଉଦ୍‌ଘାଟନୀ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବ । ଅକ୍ଟୋବର ୨୮ ତାରିଖରୁ ୨୦୨୩ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ହକି ପ୍ରୋ ଲିଗ ମ୍ୟାଚ୍‌ ଚତୁର୍ଥ ସଂସ୍କରଣ ଖେଳାଯିବ । ଏହି ଏଫଆଇଏଚ୍‌ ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଓଡିଶାର ଦୁଇଟି ଷ୍ଟାଡିୟମ ସ୍ଥାନ ପାଇଛି । ଗୋଟିଏ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଥିବା ବେଳେ ଅନ୍ୟଟି ରାଉରକେଲାର ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମର ମୁଖ୍ୟ କୋଚ୍‌ ଗ୍ରାହମ ରେଡ୍‌ କହିଛନ୍ତି ଯେ, "FIH ପ୍ରୋ ଲିଗରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ଆମ ପାଇଁ ବେଶ୍ ଲାଭଦାୟକ ହେବ । କାରଣ ଏହି ମ୍ୟାଚରୁ ଆମେ ବିଶ୍ବକପ ପାଇଁ ପ୍ରସ୍ତୁତି ଜାରି ରଖିବୁ । ଆମର ଲକ୍ଷ୍ୟ ନିଶ୍ଚିତ ରୂପରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ । ଆମେ ଆମ ଆକ୍ରମଣରେ ଆହୁରି ସୁଧାର ଆଣିବାକୁ ଚାହୁଁଛୁ । ଆକ୍ରମଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଚାହୁଁଛୁ । ବିଶ୍ବକପ ପୂର୍ବରୁ ଏହା FIH ପ୍ରୋ ଲିଗ ମ୍ୟାଚ ପାଇଁ ଅଭ୍ୟାସ ମ୍ୟାଚ୍‌ ଭଳି ହେବ । ଆମେ ଏହି ଲିଗ ମ୍ୟାଚ ଖେଳିବା ପାଇଁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛୁ ।

ସେପଟେ FIH ପ୍ରୋଲିଗ ମ୍ୟାଚ୍‌ରେ ଟିମର ନେତୃତ୍ବ ସମ୍ଭାଳିବେ ହରମନପ୍ରିତ ସିଂହ । ମ୍ୟାଚ୍‌ ପୂର୍ବରୁ ହରମନପ୍ରିତ କହିଛନ୍ତି ଯେ, "ଜାନୁଆରୀ ହେବାକୁ ଥିବା ହକି ବିଶ୍ବକପ ପୂର୍ବରୁ ଏହି ମ୍ୟାଚ ଆମ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟେ । ଭାରତ ପୂର୍ବ ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ଆହୁରି ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବ ।'' ଭାରତ ଗତ ସଂସ୍କରଣରେ ଅବିଶ୍ବସନୀୟ ପ୍ରଦର୍ଶନ କରି FIH ପ୍ରୋ ଲିଗରେ ଦ୍ବିତୀୟ ସ୍ଥାନରେ ରହିଥିଲା । ସେପଟେ FIH ପ୍ରୋ ଲିଗ ମ୍ୟାଚରେ ଓଡିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ ଏବଂ ନୀଲମ ସଞ୍ଜିପ ଖେସ ।

FIH ପ୍ରୋ ଲିଗ ପାଇଁ ଭାରତୀୟ ଦଳ

ଗୋଲକିପର : କ୍ରୀଷନ ବାହାଦୁର ପାଠକ, ପିଆର ଶ୍ରୀଜେଶ ।

ଡିଫେଣ୍ଡର୍ସ : ଜରମନପ୍ରିତ ସିଂହ, ସୁରେନ୍ଦର କୁମାର, ହରମନପ୍ରିତ ସିଂହ ( ଅଧିନାୟକ), ଅମିତ ରୋହିଦାସ, ଜୁଗରାଜ ସିଂହ, ମନଦୀପ ମୋର, ନୀଲମ ସଞ୍ଜିପ ଖେସ ।

ମିଡଫିଲଡର୍ସ : ସୁମିତ, ମନପ୍ରିତ ସିଂହ (ଉପଅଧିନାୟକ ), ହାର୍ଦ୍ଦିକ ସିଂହ, ମୋଇରାଙ୍ଗଥେମ ରବିଚନ୍ଦ୍ରା ସିଂହ, ଶମଶେର ସିଂହ, ନିଳକାନ୍ତ ଶର୍ମା, ରାଜକୁମାର ପାଲ, ରହୀଲ ମୌଉସେନ ।

ଫରୱାର୍ଡସ : ଏସ କାର୍ତ୍ତି, ମନଦୀପ ସିଂହ, ଅଭିଷେକ, ଦିଲପ୍ରିତ ସିଂହ, ସୁଖଜିତ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.