ETV Bharat / sports

Hockey World Cup 2023: ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ, ଅମିତଙ୍କ ଉପରେ ନଜର - ହକି ବିଶ୍ବକପ

ସନ୍ଧ୍ୟା ୭ଟା ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ,ଉତ୍ସାହିତ ଦର୍ଶକ । ଅଧିକ ପଢନ୍ତୁ

hockey world cup 2023
hockey world cup 2023
author img

By

Published : Jan 15, 2023, 1:35 PM IST

hockey world cup 2023

ରାଉରକେଲା: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ହକି ବିଶ୍ବକପ । ପ୍ରଥମ ଓ ଦ୍ବିତୀୟ ଦିନ ପରେ ଆଜି ହେଉଛି ତୃତୀୟ ଦିନ । ଆଜି ହକି ବିଶ୍ବପରେ ୨ଟି ମ୍ୟାଚ ରହିଛି । ଦୁଇଟି ଯାକ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ସ୍ପେନ୍ ଓ ୱେଲ୍ସ ମଧ୍ୟରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଆଜିର ମ୍ୟାଚ ପାଇଁ ଦୁଇ ଦଳ ପ୍ରସ୍ତୁତ ହୋଇଛନ୍ତି । କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ମଧ୍ୟ ଦେଖିବାରୁ ମିଳିଛି । ଉଭୟ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ଲଢେଇ ହେବା ନେଇ ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ଓଡିଆ ପୁଅ ତଥା ଭାରତୀୟ ଦଳର ଉପ ଅଧିନାୟକ ଅମିତ ରୋହିଦାସ ପ୍ରଥମେ ଗୋଲ ଦେଇଥିବାରୁ ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇ ୨-୦ ଗୋଲରେ ବିଜୟୀ ହୋଇଥିଲା ଭାରତ । ଆଜି ସବୁଠାରୁ ବଡ ପ୍ରତିଦ୍ବନ୍ଦି ଇଂଲଣ୍ଡକୁ ଭେଟିବାକୁ ଯାଉଛି । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଭାରତର ମନୋବଳ ଦୃଢ ରହିଛି । ଇଂଲଣ୍ଡକୁ ଟକ୍କର ଦେବା ପାଇଁ ଭାରତ ନିଜର ରଣନୀତି ପ୍ରସ୍ତୁତ କରିଛି । ତେବେ ଇଂଲଣ୍ଡର ପ୍ରଦର୍ଶନ ପୂର୍ବରୁ ବହୁତ ଭଲ ରହିଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚ ଅପେକ୍ଷା ଆଜି ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ । କାରଣ ପୂର୍ବରୁ ଇଂଲଣ୍ଡ ଭାରତକୁ ବହୁତ ବାର ଚମ୍ପିଆନସିପରେ ହରାଇଛି । ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।

ଭାରତୀୟ ଦଳକୁ ନିଜର ଆଟାକ ଉପରେ ଆଉ ଟିକେ ଭଲ ଏବଂ ପେନାଲିଟିକୁ ଗୋଲରେ ପରିଣତ କରିବା ଏବଂ ହାଫ ଚାନ୍ସକୁ ଗୋଲ କରିବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରହିବ । ଦୁଇ ଦଳ ଇଂଲଣ୍ଡ ଏବଂ ଭାରତ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଆଟାକ ଠାରୁ ଆରମ୍ଭ କରି ଡିଫେନ୍ସ ସହ ମିଡ ଫିଲ୍ଡରେ ଦୁଇ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ସବୁଠାରୁ ବଡ଼ କଥା ଯେ ଇଂଲଣ୍ଡ ୱେଲସକୁ ଏକ ପାଖିଆ ଭାବରେ ପରାସ୍ତ କରିଛି ନିଜର ଆଟାକ ଗେମ ଖେଳିବା ପ୍ରଥମରୁ ଆରମ୍ଭ କରି ଶେଷ ଯାଏ ଏହାକୁ ବଜାୟ ରଖିଥିଲା । ତେବେ ଏସବୁ ଜିନିଷ ଉପରେ ନଜର ରଖି ଭାରତୀୟ ହକି ଦଳ ନିଜକୁ ପ୍ରସ୍ତୁତ କରିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.