ହାଇଦ୍ରାବାଦ: କୋରୋନା ଭାଇରସ ଯୋଗୁଁ ଅନେକ କ୍ରୀଡା ଇଭେଣ୍ଟ ରଦ୍ଦ କରାଯାଉଛି କିମ୍ବା ସ୍ଥଗିତ କରାଯାଉଛି । ଏହାର ପ୍ରଭାବ ଅନ୍ତର୍ଜାତୀୟ ଆଥଲେଟିକ ଇଭେଣ୍ଟରେ ପଡିଛି । ଡାୟମଣ୍ଡ ଲିଗ ସର୍କିଟର ଆରମ୍ଭିକ 3ଟି ପ୍ରତିଯୋଗିତାକୁ ରଦ୍ଦ କରାଯାଇଛି ।

ଦୋହାଠାରେ 17 ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତୀ, ସାଂଘାଇରେ 16ମେ ଓ ଚୀନର ଆଉ ଏକ ସହରରେ 9ମେରେ ଏହି ଇଭେଣ୍ଟ ହୋଇଥାନ୍ତା ।
ଆୟୋଜକ କହିଛନ୍ତି ଯେ, ଏହି ନିଷ୍ପତ୍ତି ଆୟୋଜନ ସମିତି, ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋକନା କରି ନିଆଯାଇଛି ।