ETV Bharat / sports

ଲକଡାଉନ ସମୟରେ ଖେଳାଳିମାନେ କିପରି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି

author img

By

Published : Jun 2, 2020, 12:48 AM IST

ଲକଡାଉନ ଘୋଷିତ ହେବା ପରଠାରୁ ଏହି ପେସାଦାର ଖେଳାଳି ଜଣକ ଘରୁ ବାହାରକୁ ବାହାରି ନାହାନ୍ତି ସତ, କିନ୍ତୁ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିବା ଲାଗି ଘରେ ହିଁ ଫଳପ୍ରଦ ଭାବରେ ଅଭ୍ୟାସ ଚଳାଇଛନ୍ତି ।

ଲକ୍‌ଡାଉନ୍‌ ସମୟରେ ଖେଳାଳିମାନେ କିପରି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି

ସଜାଦ୍‌ ଅମିନ୍‌/ଇବ୍ରାହିମ୍‌ ମୁସା, ଶ୍ରୀନଗର

ଶ୍ରୀନଗର: କୋଭିଡ୍‌-19 ସର୍ବ୍ୟାପୀ ମହାମାରୀର ପ୍ରାଦୁର୍ଭାବ ପୂର୍ବରୁ ଖେଳପଡ଼ିଆରେ ଘଣ୍ଟା ଘଣ୍ଟା କାଳ ଅଭ୍ୟାସ କରି ଦିନ ବିତାଉଥିଲେ ମହମ୍ମଦ ହମ୍ମାଦ । ସେ କାଶ୍ମୀରର ପ୍ରିମିୟର ଆଇ-ଲିଗ୍‌ର ଜଣେ ଫୁଟ୍‌ବଲ ଖେଳାଳି । ଲକ୍‌ଡାଉନ୍‌ ଘୋଷିତ ହେବା ପରଠାରୁ ଏହି ପେସାଦାର ଖେଳାଳି ଜଣକ ଘରୁ ବାହାରକୁ ବାହାରି ନାହାନ୍ତି ସତ, କିନ୍ତୁ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିବା ଲାଗି ଘରେ ହିଁ ଫଳପ୍ରଦ ଭାବରେ ଅଭ୍ୟାସ ଚଳାଇଛନ୍ତି ।

ହମ୍ମାଦ କହନ୍ତି, “କୋଭିଡ୍‌-19 ଯୋଗୁଁ ଏବେ ବାହାରକୁ ଯିବା କଷ୍ଟକର ଏବଂ କୋଭିଡ୍‌ ବଢ଼ି ଚାଲିଥିବାରୁ, ମୁଁ ଭାବୁଛି, କ୍ରୀଡ଼ା କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିବାକୁ ଏବେ ଆଉ କିଛି ଦିନ ସମୟ ଲାଗିବ ।” ସେ ଆହୁରି କହନ୍ତି, “ଘରେ ଆମର ଛୋଟ ବଗିଚାଟିଏ ଅଛି ଏବଂ ମୁଁ ସେଇଠାରେ ହିଁ ନିୟମିତ ଅଭ୍ୟାସ କରେ । ଫିଟ୍‌ନେସ୍‌ ପାଇଁ ମୁଁ କୋନ୍‌ ରଖି ଡ୍ରିଲ୍‌ କରେ ଏବଂ ଅଳ୍ପ ଦୂର ଦୌଡ଼ାଦୋଡ଼ି ବି କରେ । କାରଣ, ଜଣେ ଖେଳାଳିଙ୍କ ପାଇଁ ବେଶୀ ଦିନ ଧରି ଖେଳଠାରୁ ଦୂରରେ ରହିବା ସମ୍ଭବ ନୁହେଁ ଏବଂ ମୋର ମନେହୁଏ, ଶେଷ ଥର ପାଇଁ ଆମେ ମାର୍ଚ୍ଚ ମାସରେ ଖେଳପଡ଼ିଆକୁ ଯାଇଥିଲୁ । ଏଠାରେ ଖେଳ ପାଇଁ ସେଭଳି କିଛି ଭିତ୍ତିଭୂମି ନାହିଁ ଏବଂ ତେଣୁ ଆମେ ଘରେ ବ୍ୟାୟାମ କରି ଆମ ଫିଟ୍‌ନେସ୍‌ ବଜାୟ ରଖିବାକୁ ଚେଷ୍ଟା କରୁଛୁ ।”

କିନ୍ତୁ, ମହମ୍ମଦ ହମ୍ମାଦଙ୍କ କହିବା ଅନୁସାରେ, ଜଣେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପଡ଼ିଆରେ ଦର୍ଶକ ଏବଂ ପ୍ରଶଂସକ ରହିବା ଖୁବ ଗୁରୁତ୍ବପୂର୍ଣ୍ଣ କଥା । ସେ କହନ୍ତି, “ଦର୍ଶକଙ୍କ ବିନା ଏହା ଖୁବ୍‌ କଷ୍ଟକର ହେବ । ସେମାନେ ଟିମ୍‌ର ମନୋବଳ ବଢ଼ାଇ ଥାଆନ୍ତି ଏବଂ ଟିମ୍‌ ପାଇଁ ଜଣେ ଅତିରିକ୍ତ ଖେଳାଳିର ଭୂମିକା ତୁଲାଇ ଥାଆନ୍ତି ।” “ଫିଟ୍‌ନେସ୍‌ ପାଇଁ ଯାହା ବି ମୁଁ କରେ, ସେ ସବୁ ଘରେ କରେ । ଜଣେ ପେସାଦାର ଖେଳାଳି ଭାବରେ ଆପଣଙ୍କୁ ନିୟମିତ ବ୍ୟାୟାମ କରିବାକୁ ପଡ଼ିବ ଏବଂ ତେଣୁ, ମୁଁ ଯାହା ବି କରିପାରିବି ସବୁ ଘରେ କରେ । ଗୋଟିଏ ଗୁରୁତ୍ବପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ (ଆଇ-ଲିଗ୍‌) ଚାଲୁଥିଲା, କିନ୍ତୁ ବିଶ୍ବ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଗଲା, ଏବଂ ଜଣେ ଖେଳାଳି ଭାବରେ ମୋତେ ଖୁବ୍‌ ଖରାପ ଲାଗିଲା ।”

ହମ୍ମାଦଙ୍କ ଭଳି ଖାଲିଦ୍‌ କାୟୁମ୍‌ ମଧ୍ୟ ଜଣେ ଫୁଟବଲ ଖେଳାଳି ଏବଂ ସେ କହନ୍ତି ଯେ, ଦର୍ଶକମାନେ ହିଁ ଫୁଟ୍‌ବଲର ଆତ୍ମା । ତେଣୁ ସେ ଆଜିକାଲି ନିଜର ଭିଡ଼ିଓ କରି ଅନ୍‌ଲାଇନ୍‌ରେ ପୋଷ୍ଟ କରୁଛନ୍ତି । ସେ କହନ୍ତି, “ବିନା ଦର୍ଶକରେ ମ୍ୟାଚ୍‌ ଖେଳିବା ଖେଳାଳିଙ୍କ ପାଇଁ ଏକ ବିରାଟ ଆହ୍ବାନ ହେବ । ମୁଁ ମୋର ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କରେ, ଯାହା ଦ୍ବାରା କି ଅଳ୍ପବୟସ୍କ ଖେଳାଳିମାନେ ଏହାକୁ ଦେଖି ଘରେ କିଛିଟା ଅଭ୍ୟାସ କରିପାରିବେ ।”

କୋରୋନା ଭାଇରସ୍‌ର ପ୍ରାଦୁର୍ଭାବ ଯୋଗୁଁ ମେ ମାସ 30 ତାରିଖ ସୁଦ୍ଧା ସାରା ବିଶ୍ବରେ 3,67,000 ଲୋକ ପ୍ରାଣ ହରାଇଲେଣି ଏବଂ ସମଗ୍ର ବିଶ୍ବର କ୍ରୀଡ଼ା ଜଗତକୁ ଏହା ପ୍ରଭାବିତ କରିଛି ।

ଜାମ୍ମୁ ଓ କାଶ୍ମୀରରେ 28 ଜଣଙ୍କର ମୃତ୍ୟୁ ହେଲାଣି ଏବଂ ଏହି ଅଞ୍ଚଳରେ ଏ ପର୍ଯ୍ୟନ୍ତ 2100ରୁ ଅଧିକ ସଂକ୍ରମିତ ଲୋକେ ଚିହ୍ନଟ ହୋଇସାରିଲେଣି । ସର୍ବବ୍ୟାପୀ ମହାମାରୀ ଏବଂ ପରବର୍ତ୍ତୀ ସମୟରେ ଜାରି ଲକ୍‌ଡାଉନ୍‌ ଯୋଗୁଁ ସେମାନେ ମାନସିକ ସ୍ତରରେ ପ୍ରଭାବିତ ହୋଇଛନ୍ତି ବୋଲି କ୍ରୀଡ଼ାବିତ୍‌ମାନେ କହନ୍ତି ।

ଆଉ ଜଣେ ଫୁଟ୍‌ବଲ ଖେଳାଳି ହେଲେ କମାର ଉଲ୍‌ ଜମାନ । ସେ କହନ୍ତି, “ଲକ୍‌ଡାଉନ୍‌ ସମୟରେ ଶାରୀରିକ ସୁସ୍ଥତା ତୁଳନାରେ ମାନସିକ ସୁସ୍ଥତା ପାଇଁ ମୁଁ ଅଧିକ ପରିଶ୍ରମ କରୁଛି ।”ସେ ଆହୁରି କହନ୍ତି ଯେ, ଶାରୀରିକ ସୁସ୍ଥତା ପାଇଁ ମୁଁ ଘରେ ବ୍ୟାୟାମ କରେ କିନ୍ତୁ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ହେଲେ ଟେବୁଲ ଟେନିସ୍‌ ଖେଳିବା, ବହି ପଢ଼ିବା ଏବଂ ଫଟୋଗ୍ରାଫି ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଗୁରୁତ୍ବପୂର୍ଣ୍ଣକଥା । ଏ ସମୟରେ ସମସ୍ତେ ମାନସିକ ସ୍ତରରେ ଫିଟ୍‌ ରହିବାକୁ ଉଦ୍ୟମ କରିବା ଉଚିତ ।

ରଗ୍‌ବୀ ଖେଳାଳି ସୋଲିହା ୟୁସୁଫ କହନ୍ତି ଯେ, ଏ ସମୟରେ ଫିଟ୍‌ନେସ ବଜାୟ ରଖିବା ଯେ କୌଣସି ଖେଳାଳି ପକ୍ଷରେ କଷ୍ଟକର କାମ । “ଆମେ ଯାହା କିଛି ଖେଳପଡ଼ିଆରେ କରୁ, ତାହା ଘରେ କରିହେବ ନାହିଁ, କିନ୍ତୁ ଏବେ ଆମେ କେବଳ ସ୍ବଳ୍ପ ଅବଧିର ବ୍ୟାୟାମ କରି ନିଜର ଫିଟ୍‌ନେସ୍‌ ବଜାୟ ରଖିବାକୁ ଚେଷ୍ଟା କରୁଛୁ ।” ସେ କହନ୍ତି, “ଆବଶ୍ୟକତା ଅନୁସାରେ ଖାଦ୍ୟ ସାମଗ୍ରୀ ମିଳୁ ନଥିବାରୁ ଉପଯୁକ୍ତ ଆହାର ସାରଣୀ ବଜାୟ ରଖିବା ବି ଖୁବ୍‌ କଷ୍ଟକର କାମ ।”

ସୋଲିହା ଆହୁରି ମଧ୍ୟ କହନ୍ତି ଯେ, ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ ରଖିବା ପାଇଁ ପ୍ରତି ବର୍ଷ ସେମାନେ ଏକ ସ୍ପୋର୍ଟସ କ୍ୟାଲେଣ୍ଡର ଅନୁସରଣ କରନ୍ତି, କିନ୍ତୁ ଏଥର ସେସବୁ ବନ୍ଦ ହୋଇଯାଇଛି ।

ସେ କହନ୍ତି, “ଆମେ ମାନସିକ ଅଶାନ୍ତି ଅନୁଭବ କରୁଛୁ । ଜଣେ କୋଚ୍‌ ହିସାବରେ ମୁଁ ମୋର ଭିଡିଓ ପ୍ରସ୍ତୁତ କରି ଉଦୀୟମାନ ଖେଳାଳିମାନଙ୍କ ପାଖକୁ ପଠାଏ ଏବଂ ଘରେ ରହି ବ୍ୟାୟାମ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରେ ।”

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.