ETV Bharat / sports

Hockey World Cup: ଆଜି ସେମିଫାଇନାଲ ସମର, କଳିଙ୍ଗରେ ମୁହାଁମୁହିଁ ହେବେ 4 ଦଳ

FIH ପୁରୁଷ ହକି ବିଶ୍ବକପରେ ଆଜି ସେମିଫାଇନାଲ ଟକ୍କର । କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ 4 ଦଳ । ଅଧିକ ପଢନ୍ତୁ

author img

By

Published : Jan 27, 2023, 9:47 AM IST

Hockey World Cup semifinal
Hockey World Cup

ଭୁବନେଶ୍ବର: ଅନ୍ତିମ ପର୍ଯ୍ୟାୟରେ FIH ପୁରୁଷ ହକି ବିଶ୍ବକପ । ଆଜି ହକି ବିଶ୍ବକପରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ଟିକେଟ ପାଇଁ ହେବ ମହାସଂଗ୍ରାମ । କଳିଙ୍ଗରେ ମୁହାଁମୁହିଁ ହେବେ 4 ଦଳ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମ୍ନା କରିବ ଜର୍ମାନୀ । ଦ୍ବିତୀୟ ମୁକାବିଲାରେ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ଲଢେଇ ହେବ ସମସ୍ତ ମ୍ୟାଚ ଭୁବନେଶ୍ବକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । 4ଟା 30ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ସେହିପରି ରାତି 7ଟାରେ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହେବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି ଡଟ୍‌ କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ଅଷ୍ଟ୍ରେଲିଆ ଜର୍ମାନୀ ମଧ୍ୟରେ ମୋଟ 45ଟି ମ୍ୟାଚ ଖେଳାଯାଇଛି । ସେଥିରୁ ଜର୍ମାନୀ 21ଟି ଜିତିଥିବାବେଳେ ଅଷ୍ଟ୍ରେଲିଆ 20ଟି ମ୍ୟାଚ ହାତେଇଛି । ଅନ୍ୟ 4ଟି ମ୍ୟାଚ ଡ୍ର ହୋଇଛି । ଏହି ବିଶ୍ବକପରେ କଙ୍ଗାରୁ ଦଳ ଅପରାଜୟ ରହିଛି । 3 ଥର ବିଶ୍ବକପ ଟାଇଟଲ ହାତେଇବା ସହ 10 ଥର ମେଡାଲ ଜିତିଛି ଅଷ୍ଟ୍ରେଲିଆ । ଆଜି ଜର୍ମାନୀ ସହିତ କାଣ୍ଟେ କି ଟକ୍କର ହୋଇପାରେ । ଜର୍ମାନୀ ମଧ୍ୟ କିଛି କମରେ ନାହିଁ । 2002 ଓ 20026ର ବିଶ୍ବ ଚମ୍ପିଅନ ହୋଇଛି । ଫାଇନାଲ ଟିକେଟ ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ ।

ଏହା ବି ପଢନ୍ତୁ...Hockey World Cup 2023: କ୍ଲାସିଫିକେସନ ମ୍ୟାଚରେ ଭାରତର ଏକତରଫା ବିଜୟ

ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ହେବ । 2028 ବିଶ୍ବକପ ବିଜେତା ହୋଇଥିଲା ବେଲଜିୟମ । ଏଥର ମଧ୍ୟ ବିଜେତା ହେବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ ଦଳ । 2018 ବିଶ୍ବକପ ଫାଇନାଲରେ ଦୁଇ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନଥିଲେ । ସୁଟାଉଟ ଜରିଆରେ 3-2 ଗୋଲରେ ବେଲଜିୟମ ବିଜୟୀ ହୋଇ ପ୍ରଥମ ଥର ବିଶ୍ବକପ ତାଜ ପିନ୍ଧିଥିଲା । ଆଜି ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହେବ । ବେଲଜିୟମ ବିପକ୍ଷରେ ନେଦରଲାଣ୍ଡସର ପଲ୍ଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ 32ଟି ମୁକାବିଲା ହୋଇଛି । ନେଦରଲାଣ୍ଡସ 20ଟି ମ୍ୟାଚ ଜିତିଥିବାବେଳେ ବେଲଜିୟମ 9 ଥର ଜିତିଛି । 3ଟି ମ୍ୟାଚ ଡ୍ର ହୋଇଛି । ବିଶ୍ବ ରାକିଂରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହିଛି । ଜର୍ମାନୀ 4ର୍ଥ ସ୍ଥାନରେ ରହିଛି । ଡିଫେଣ୍ଡିଂ ଚମ୍ପିଆନ ବେଲଜିୟ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ନେଦରଲାଣ୍ଡସ ତୃତୀୟ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Axar Patel marriage: ନୂଆ ଇନିଂସ ଆରମ୍ଭ କଲେ ଅକ୍ଷର, ବାନ୍ଧବୀ ନେହାଙ୍କ ସହ ପଡିଲା ହାତଗଣ୍ଠି

ସୂଚନାଅନୁସାରେ ଗତକାଲି(ଗୁରୁବାର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଜାପାନକୁ 0-8 ଗୋଲରେ ପରାସ୍ତ କରିଛି ଭାରତ । ଆସନ୍ତାକାଲି ଆଉ ଏକ କ୍ଲାସିଫିକେସନ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଅନ୍ୟ ଏକ କ୍ଲାସିଫିକେସନ ମ୍ୟାଚରେ ଚିଲିକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଫ୍ରାନ୍ସ ଓ ୱେଲ୍ସ କ୍ଲାସିଫିକେସନ ମ୍ୟାଚ 2-2ରେ ଡ୍ର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.