ETV Bharat / sports

Hockey World Cup: ସରିଲା ପୁଲ ପର୍ଯ୍ୟାୟ, ନେଦରଲାଣ୍ଡସ ନାମରେ ସର୍ବାଧିକ ଗୋଲ - ପୁଲ ମ୍ୟାଚରେ ନେଦରଲାଣ୍ଡର ଅଧିକ ଗୋଲ

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପୁଲ ପର୍ଯ୍ୟାୟ ଶେଷ ହୋଇଛି । ପୁଲ ସିରେ ଥିବା ନେଦରଲାଣ୍ଡସ ଦମଦାର ପ୍ରଦର୍ଶନ କରିଛି । ପୁଲ ପର୍ଯ୍ୟାୟରେ ଦଳ ଅପରାଜେୟ ରହିବା ସହ ଟେପୁଲ ଟପ୍ପରେ ରହିଛି । ଅଧିକ ପଢନ୍ତୁ

Netherlands scored most goals in pool matches
Hockey World Cup
author img

By

Published : Jan 22, 2023, 10:22 AM IST

ହାଇଦ୍ରାବାଦ: ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । 13 ତାରିଖରୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପର ପୁଲ ପର୍ଯ୍ୟାୟ ଶେଷ ହୋଇଛି । 4ଟି ପୁଲ ମଧ୍ୟରେ ପୁଲ ସିରେ ଥିବା ନେଦରଲାଣ୍ଡସର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏକମାତ୍ର ଦଳ ଭାବେ ପୁଲ ପର୍ଯ୍ୟାୟରେ ଅପରାଜୟ ରହିଛି ନେଦରଲାଣ୍ଡସ । ଏହାସହିତ ଚଳିତ ସଂସ୍କରଣରେ ଦଳ ନାମରେ ସର୍ବାଧିକ ଗୋଲ ରହିଛି ।

ହକି ବିଶ୍ବକପରେ ଦ୍ବିତୀୟ ଦିନ ଅର୍ଥାତ 14 ତାରିଖରେ ନେଦରଲାଣ୍ଡସ ଓ ମାଲେସିଆ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 4-0 ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । 16 ତାରିଖ ଦିନ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଦଳ । 4-0 ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଏକତରଫା ବିଜୟ ହାସଲ କରିଥିଲା ନେଦରଲାଣ୍ଡସ । ପରେ 19 ତାରିଖ ଦିନ ଚିଲି ବିପକ୍ଷରେ ଖେଳିଥିଲା ନେଦରଲାଣ୍ଡସ । ଦଳ ଏହି ମ୍ୟାଚରେ ଗୋଲ ବର୍ଷା କରିଥିଲା । 14-0ରେ ମ୍ୟାଚ ଜିତିଥିଲା ନେଦରଲାଣ୍ଡସ । ଚିଲି ଖାତା ଖୋଲି ପାରିନଥିଲା । ନେଦରଲାଣ୍ଡସର ଏହି ଗୋଲ ସ୍କୋର ତାକୁ ପୁଲ ପର୍ଯ୍ୟାୟରେ ସର୍ବାଧିକ ଗୋଲ ସ୍କୋରର ଦଳ କରିଛି । ପୁଲ ପର୍ଯ୍ୟାୟରେ ଦଳ ମୋଟ 22ଟି ଗୋଲ କରିଛି । ଦମଦାର ପ୍ରଦର୍ଶନ ସହି ସିଧାସଳଖ କ୍ବାର୍ଟରକୁ ପ୍ରବେଶ କରିଛି ଦଳ । ଏହା ସହିତ ଇଂଲଣ୍ଡ, ବେଲଜିୟମ ଓ ଅଷ୍ଟ୍ରେଲିଆ ମଧ୍ୟ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

ଏହା ବି ପଢନ୍ତୁ...Hockey World Cup: ଆଜି ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ, ନ୍ୟୁଜିଲାଣ୍ଡ ସହ କ୍ରସଓଭର ଲଢେଇ

ଏହା ବି ପଢନ୍ତୁ...Hockey World Cup 2023: 14ତମ ସଂସ୍କରଣରେ ୧୩୦ ଗୋଲ, ବିଶ୍ୱକପ ଇତିହାସରେ ୨୪୩୩

ପୁରୁଷ ହକି ବିଶ୍ବକପରେ ନେଦରଲାଣ୍ଡସର ଚିଲି ବପକ୍ଷରେ ମ୍ୟାଚରେ 14-0 ଗୋଲ ହକି ବିଶ୍ବକପ ଇତିହାସରେ ସର୍ବାଧିକ ଗୋଲ ବିଜୟ ବ୍ୟବଧାନ ଥିଲା । ଚଳିତ ସଂସ୍କରଣରେ ପୁଲ-ସିରେ ଥିବା ନେଦରଲାଣ୍ଡସ ଅପରାଜେୟ ଦଳ ଟେବୁଲ ଟପ୍ପର ହୋଇଛି । ଚଳିତ ହକି ବିଶ୍ବକପରେ ଚିଲି ସର୍ବାଧିକ ଗୋଲ ବରଣ କରିଛି । 3ଟି ମ୍ୟାଚ ଖେଳି ଗୋଟିଏରେ ବି ବିଜୟ ସ୍ବାଦ ଚାଖି ପାରିନାହଁ ଦଳ ।

ଚିଲି ମୋଟ 20ଟି ଗୋଲ ଖାଇଛି । ପୁଲ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ 20ଟି ଗୋଲସ୍କୋର କରିଛି । ବେଲଜିୟମ 14 ଓ ଜର୍ମାନୀ 12 ଗୋଲ ଦେଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜାପାନ ସବୁଠୁ କମ ଗୋଲ ଦେଇଛି । ଦଳ ପୁଲ ପର୍ଯ୍ୟାୟରେ 3ଟି ମ୍ୟାଚ ଖେଳି ମାତ୍ର 2ଟି ଗୋଲ ଦେଇଛି । ଆସନ୍ତାକାଲି (ସୋମବାର) କୋରିଆ ଓ ଆର୍ଜେଣ୍ଟିନା ମଧ୍ୟରେ ହେବାକୁ ଥିବା କ୍ରସଓଭର ମ୍ୟାଚରେ ବିଜୟୀ ଦଳ ନେଦରଲାଣ୍ଡସ ସହ କ୍ବାର୍ଟର ଫାଇନାଲ ଖେଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.