ETV Bharat / sports

Hockey World Cup: ଆଜିଠୁ ହକି ମହାସମର, ସ୍ପେନ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ

author img

By

Published : Jan 13, 2023, 8:00 AM IST

ଆଜିଠୁ ଆରମ୍ଭ ହେବ ଏଫଆଇଏଚ ପୁରୁଷ ହକି ବିଶ୍ବକପ । ପ୍ରଥମ ଦିନରେ ମୋଟ 4ଟି ମ୍ୟାଚ ଖେଳାଯିବ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ବିର୍ସା ମୁଣ୍ଡ ଷ୍ଟାଡିୟମରେ ହକି ବିଶ୍ବକପ ମ୍ୟାଚ ଖେଳାଯିବ । ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢନ୍ତୁ

Hockey World Cup
ହକି ବିଶ୍ବକପ

ଭୁବନେଶ୍ବର: ଶେଷ ହେବ ବହୁ ପ୍ରତୀକ୍ଷିତ ଅପେକ୍ଷା । ଆଜିଠୁ ହକି ମହାକୁମ୍ଭ ଆରମ୍ଭ ହେବ । ଷ୍ଟାଡିୟମରେ ଗଡିବ ହକି ବଲ । ଚିଅରଅଫରେ କମ୍ପିବ ମଇଦାନ । ଏଫଆଇଏଚ ପୁରୁଷ ହକି ବିଶ୍ବକପ ଉଦଘାଟନୀ ଦିବସରେ ମୋଟ 4ଟି ମ୍ୟାଚ ଖେଳାଯିବ । ସ୍ପେନ ବିପକ୍ଷରେ ମ୍ୟାଚ ଖେଳି ଆୟୋଜକ ଭାରତ ତାର ଅଭିଯାନ ଆରମ୍ଭ କରିବ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ଲଢେଇ ହେବାକୁ ଥିବାବେଳେ ଅନ୍ୟ ମ୍ୟାଚରେ ଇଂଲଣ୍ଡ ଓ ୱେଲ୍ସ ପରସ୍ପରକୁ ଭେଟିବେ । ଓଡିଶା ତାରକା ଅମିତ ରୋହିଦାସ ଓ ନୀଲମ ସଞ୍ଜୀପଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ ହେବାକୁ ଥିବାବେଳେ ଅନ୍ୟ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ ।

ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତି ଦୀର୍ଘ 41 ବର୍ଷ ପରେ ପ୍ରତୀକ୍ଷାର ଅନ୍ତ ଘଟାଇ ପଦକ ବିଜୟୀ ହେବାର ସୌଭାଗ୍ୟ ଲାଭ କରିଥିଲା ଭାରତ । ହକି ବିଶ୍ବକପରେ ଏହି ସଫଳତା ଦୋହରାଇବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦଳ । ଭାରତ ଶେଷଥର ପାଇଁ 1975 ବିଶ୍ବକପରେ ସ୍ବର୍ଣ୍ଣ ପଦକ ଜିତିଥିଲା । ଦୀର୍ଘ 48 ବର୍ଷ ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ବବିଜୟୀ ହେବ ବୋଲି କ୍ରୀଡାପ୍ରେମୀଙ୍କ ଆଶା । କ୍ରମାଗତ ଦ୍ବିତୀୟ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ହକି ବିଶ୍ବକପ ଖେଳିବାକୁ ଯାଉଛି ଭାରତ । ହରମନପ୍ରୀତ୍ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଭାରତ । ଅଲମ୍ପିକ୍ସ ପରେ ବିଶ୍ବକପ ପଦକ ହାତେଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବ ଭାରତୀୟ ହକି ଟିମ । ଆଜି ନିଶ୍ଚୟ ବିଜୟରୁ ଅଭାଯାନ ଆରମ୍ଭ କରିବ ଦଳ ।

ପର୍ଦାପଣ କରିବେ ନୀଲମ ସଞ୍ଜୀପ: ନିଜ ଘରୋଇ ମାଟିରେ ବିଶ୍ବକପରେ ପଦାର୍ପଣ କରିବେ ଯୁବ ଡିଫେଣ୍ଡର ନୀଲମ ସଞ୍ଜୀପ ଖେସ । ହକିର ଏନ୍ତୁଡିଶାଳ ସୁନ୍ଦରଗଡ ମାଟିରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଲିମ୍ପିଆନ ଲାଜରୁସ ବାର୍ଲା, ପ୍ରବୋଧ ତିର୍କୀ, ପଦ୍ମଶ୍ରୀ ଇଗ୍ନେଶ ତିର୍କୀ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପରେଆ ଆଉ ଜଣେ ଓଡିଆ ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ନୀଲମ ସଞ୍ଜୀପ । ବିଶ୍ବକପ ପାଇଁ ସେ ପଦାର୍ପଣ କରିବେ । ଏ ପର୍ଯ୍ୟନ୍ତ ନୀଲମ 34ଟି ମ୍ୟାଚ ଖେଳିଛନ୍ତି । ତାଙ୍କ କ୍ୟାରିଅରରେ ଶ୍ରେଷ୍ଠ ସଫଳତା ହେଉଛି 2022 ଏସିଆ କପରେ ବ୍ରୋଞ୍ଜ ପଦକ ହାସଲ କରିବା । ପୂର୍ବରୁ ନୀଲମ 18 ବର୍ଷରୁ କମ ଏସିଆ କପରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ ।

ଭାରତ-ସ୍ପେନ ମ୍ୟାଚ ରେକର୍ଡ: 1948ରୁ ଭାରତ ଓ ସ୍ପେନ ମଧ୍ୟରେ ମୋଟ 31ଟି ମ୍ୟାଚ ଖେଳାଯାଇଛି । ଭାରତ 13ଟି ଜିତିଥିବାବେଳେ ସ୍ପେନ 11ଟି ଜିତିଛି । ଅନ୍ୟ 7ଟି ମ୍ୟାଚ ଡ୍ର ହୋଇଛି । ଶେଷ ଥର ପାଇଁ ପ୍ରୋ ଲିଗରେ ଦୁଇ ଦଳ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ । ପ୍ରଥମ ମ୍ୟାଚରେ ଭାରତ 2-3 ଗୋଲରେ ପରାସ୍ତ ହୋଇଥିଲା । ଦ୍ବିତୀୟ ମ୍ୟାଚ 2-2ରେ ଡ୍ର ହୋଇଥିଲା । ଏହାପରେ ସୁଟଆଉଟରେ 3-1ରେ ବିଜୟୀ ହୋଇଥିଲା ।

ଏହା ବି ପଢନ୍ତୁ...Hockey World Cup: ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ

ଭାରତୀୟ ହକି ଦଳ

ଡିଫେଣ୍ଡର: ଜମନପ୍ରିତ୍ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତରୋହି ଦାସ (ଉପଅଧିନାୟକ) ନୀଲମ ସଞ୍ଜୀପ । କ୍ରିଷ୍ଣା ବାହାଦୂର ପାଠକ (ଗୋଲକିପର), ଶ୍ରୀଜେସ୍ ପାରାଟ୍ଟୁ ରଭିନ୍ଦ୍ରନ (ଗୋଲକିପର)

ମିଡଫିଲ୍ଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମସେର୍ ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ ।

ଫରୱାର୍ଡ: ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଶୁଖଜୀତ୍‌ ସିଂହ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.