ETV Bharat / sports

Hockey World Cup 2023: ନ୍ୟୁଜିଲାଣ୍ଡ ପରାସ୍ତ, ୩-୨ ଗୋଲରେ ଜିତିଲା ମାଲେସିଆ - ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ମାଲେସିଆ

ହକି ବିଶ୍ବକପ ୨୦୨୩ ଆଜି(ଗୁରୁବାର) ସପ୍ତମ ଦିନରେ ପହଁଞ୍ଚିଛି । ଆଜିର ମ୍ୟାଚରେ ପ୍ରଥମ ମୁକାବିଲାରେ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ମାଲେସିଆ । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ମାଲେସିଆ
ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ମାଲେସିଆ
author img

By

Published : Jan 19, 2023, 4:44 PM IST

ଭୁବନେଶ୍ବର: ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ମାଲେସିଆ । ୩-୨ ଗୋଲରେ ବିଜୟୀ ହୋଇଛି ମାଲେସିଆ । ହକି ବିଶ୍ବକପ ୨୦୨୩ ଆଜି (ଗୁରୁବାର) ସପ୍ତମ ଦିନରେ ପହଞ୍ଚିଛି । ଆଜିର ମ୍ୟାଚରେ ପ୍ରଥମ ମୁକାବିଲାରେ ମୁହଁମୁହିଁ ହୋଇଥିଲେ ମାଲେସିଆ ବନାମ ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ମାଲେସିଆ । ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ମାଲେସିଆ ହକି ଟିମ । ମାଲେସିଆ ଦ୍ବିତୀୟ ବିଜୟ ସହ ହକି ବିଶ୍ବକପ ୨୦୨୩ ପୁଲ୍‌ C ପଏଣ୍ଟ ଟେବୁଲରେ ୬ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।

ମାଲେସିଆ ତରଫରୁ ଫୈଜଲ୍ ସାରି ୨ଟି ଗୋଲ ସ୍କୋର୍‌ କରିଥିବା ବେଳେ ରହିମ ରାଜି ୧ ଗୋଲ୍‌ କରିଛନ୍ତି । ଖେଳ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ ଗୋଲ ଦେବା ପାଇଁ ଉଭୟ ଦଳ ଜୋରଦାର ସଂଘର୍ଷ କରିଥିଲେ । ମ୍ୟାଚ୍‌ର ୯ମ ମିନିଟରେ ମାଲେସିଆର ଫେଇଜଲ୍ ସାରି ପ୍ରଥମ ଗୋଲ ଦେଇ ଦଳର ଖାତା ଖୋଲିଥିଲେ । ପ୍ରଥମାର୍ଦ୍ଧରେ ମାଲେସିଆ ଗୋଟିଏ ଗୋଲ କରିପାରିଥିଲା । ସେହିପରି ପ୍ରଥମାର୍ଦ୍ଧରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ଗୋଲ ହୋଇନଥିଲା ।

ଆଜିର ରୋମାଞ୍ଚକର ମୁକାବିଲାରେ ଦ୍ବିତୀୟାର୍ଦ୍ଧରେ ଦେଖିବାକୁ ମିଳିଥିଲା ଅସଲ ମୁକାବିଲା । ଗୋଲ ଦେବା ପାଇଁ ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଫାଇଟ । ମ୍ୟାଚର ୪୩ ମିନିଟରେ ମାଲେସିଆର ରହିମ ରାଜି ଗୋଲ ଦେଇଥିଲେ । ଯାହା ଦଳର ସ୍ଥିତିକୁ ଆହୁରି ମଜଭୁତ କରିଥିଲା । ସେପଟେ ନ୍ୟୁଜିଲାଣ୍ଡ ଗୋଲ ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ହେଡେନ ଫିଲିପ୍ସ ମ୍ୟାଚର ୫୨ ମିନିଟରେ ପ୍ରଥମ ଗୋଲ ଦେଇ ନ୍ୟୁଜିଲାଣ୍ଡର ଖାତା ଖୋଲିଥିଲା । ଏହାପରେ ୫୩ ମିନିଟରେ ନ୍ୟୁଜିଲାଣ୍ଡର ସାମ ଲେନ୍‌ ଗୋଟିଏ ଗୋଲ ଦେଇ ମ୍ୟାଚରେ ୨-୨ ଗୋଲ୍‌ ବରାବର ରଖିଥିଲେ ।

ବିଜୟ ନେଇ ଉଭୟ ଦଳ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ମାଲେସିଆରେ ଫୈଜଲ ସାରି ଆଉ ଗୋଟିଏ ଗୋଲର ଦେଇ ଦଳକୁ ୩-୨ରେ ଲିଡ୍‌ ଦେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ୨ଟି ଗୋଲ ହିଁ କରିପାରିଥିଲା । ଶେଷରେ ମାଲେସିଆ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିବାକୁ ସଫଳ ରହିଥିଲା । ଏହି ବିଜୟ ସହ ମାଲେସିଆ ହକି ବିଶ୍ବକପ ୨୦୨୩ରେ ୨ଟି ବିଜୟ ହାସଲ କରିଛି । ମାଲେସିଆ ହକି ଟିମ୍‌ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି । ଦଳ ପୁଲ C ପଏଣ୍ଟ ଟେବୁଲରେ ୬ ପଏଣ୍ଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଆଜିର ମ୍ୟାଚରେ ପରାଜୟ ପରେ ନ୍ୟୁଜିଲାଣ୍ଡ ପୁଲ Cର ପଏଣ୍ଟ ଟେବୁଲର ୩ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ପରାଜୟର ସ୍ବାଦ ଚାଖିଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.