ନୂଆଦିଲ୍ଲୀ: ପୁରୁଷ ଜୁନିଅର ଏସିଆ କପ ପରେ ଜାପାନରେ ମହିଳା ହକି ଜୁନିଅର ଏସିଆ କପ ଜାରି ରହିଛି । ଏଥିରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ସୋମବାର ମାଲେସିଆ ବିପକ୍ଷ ମୁକାବିଲାରେ ବାଜି ମାରି ନେଇଛି ଭାରତ । 2-1 ଗୋଲରେ ମାଲେସିଆକୁ ମାତ ଦେଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଜୁନିଅର ମହିଳା ହକି ଦଳ ।
-
India successfully hold on to their lead to defeat Malaysia in Women's Junior Asia Cup 2023. Way to go girls 💙#HockeyIndia #IndiaKaGame #AsiaCup2023 pic.twitter.com/Se6a5ARShZ
— Hockey India (@TheHockeyIndia) June 5, 2023 " class="align-text-top noRightClick twitterSection" data="
">India successfully hold on to their lead to defeat Malaysia in Women's Junior Asia Cup 2023. Way to go girls 💙#HockeyIndia #IndiaKaGame #AsiaCup2023 pic.twitter.com/Se6a5ARShZ
— Hockey India (@TheHockeyIndia) June 5, 2023India successfully hold on to their lead to defeat Malaysia in Women's Junior Asia Cup 2023. Way to go girls 💙#HockeyIndia #IndiaKaGame #AsiaCup2023 pic.twitter.com/Se6a5ARShZ
— Hockey India (@TheHockeyIndia) June 5, 2023
ପ୍ରଥମ କ୍ବାର୍ଟରରେ ମାଲେସିଆ ଫୁଲ୍ ଆଟାକିଂ ମୋଡରେ ଥିଲା । ଘନଘନ ଆଟାକ କରିଚାଲିଥିଲା । ଷଷ୍ଠ ମିନିଟରେ ଖାତା ଖୋଲିଥିଲା ମାଲେସିଆ । ଡାଏନା ନାଜେରୀ ପ୍ରଥମ ଗୋଲ୍ କରିଥିଲେ । ଏହାର 4 ମିନିଟ ପରେ ଜବରଦସ୍ତ କମ୍ବ୍ୟାକ କରିଥିଲା । 10ମ ମିନିଟରେ ମୁମତାଜ ଖାନ ଗୋଲ ପରିଶୋଧ କରିଥିଲେ । ଏହାପରେ ସ୍ଥିତି 1-1ରେ ରହିଥିଲା । ଦ୍ବିତୀୟ କ୍ବାର୍ଟରର 26 ମିନିଟରେ ଦୀପିକା ଗୋଲ ସ୍କୋର କରି 2-1ରେ ଦଳକୁ ଆଗୁଆ କରିଥିଲେ । ଏହି କ୍ବାର୍ଟରରେ ମାଲେସିଆ ଗୋଲ ପରିଶୋଧ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ମାତ୍ର ସଫଳ ହୋଇନଥିଲା ।
ଏହା ବି ପଢନ୍ତୁ...ଚର୍ଚ୍ଚାରେ ୟଶ ଦୟାଲ, କହିଲେ ଆଉ କିଏ ବ୍ୟବହାର କରୁଛି ମୋ ଇନ୍ଷ୍ଟା
ଶେଷ ଦୁଇଟି କ୍ବାର୍ଟର ଆକ୍ରମଣ ପ୍ରତିଆକ୍ରମଣ ମଧ୍ୟରେ ଶେଷ ହୋଇଥିଲା । ଫଳରେ ଭାରତ 2-1 ଗୋଲରେ ମ୍ୟାଚ୍ ଜିତିଥିଲା । ମାଲେସିଆ ଭଲ ପ୍ରଦର୍ଶନ କରିଥିଲା, ମାତ୍ର ଭାରତ ଆକ୍ରାଣାତ୍ମକ ଢଙ୍ଗରେ ଖେଳି ମ୍ୟାଚ ନିଜ କବଜାକୁ ନେଇଥିଲା । ଭାରତୀୟ ମହିଳା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 2ଟି ମ୍ୟାଚ ଖେଳି 6 ପଏଣ୍ଟ ସହ ଶୀର୍ଷରେ ରହିଛି । ପୁଲ-ଏରେ ଦକ୍ଷିଣ କୋରିଆ ସମାନ ପଏଣ୍ଟ ପାଇଥିଲେ ସୁଦ୍ଧା ଗୋଲ ଆଧାରରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ପାଇଁ ଅନୁ ସର୍ବାଧିକ 6ଟି ଗୋଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଜି (ମଙ୍ଗଳବାର) ଭାରତ ତାର ତୃତୀୟ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ ।
ଏହା ବି ପଢନ୍ତୁ...WTC Final: ବୁଧବାର ମହାମୁକାବିଲା, ଏମିତି କହିଲେ ବିରାଟ ଓ ସ୍ମିଥ୍..
ପ୍ରକାଶଥାଉ କି, ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ । ଏହି ବିଜୟ ସହ ଭାରତ ପୁଲ-ଏ'ରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।